ସୋମବାର ଓ ସରକାରୀ ଛୁଟି ଦିନରେ ବନ୍ଦ ରହିବ ଜିଲା ସଂଗ୍ରହାଳୟ

Spread the love
  •  
  •  
  •  
  •  
  •  

ବୌଦ୍ଧ , ୦୬.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ବୌଦ୍ଧ ରାଜାଙ୍କ ଦ୍ୱାରା ନିର୍ମିତ କଚେରୀ କୋଠାକୁ ଶହେ ବର୍ଷ ପୁରିଯାଇଥିବା ବେଳେ ଏହି କୋଠା ବର୍ତ୍ତମାନ ଜିଲାର ସଂଗ୍ରହାଳୟର ମାନ୍ୟତା ପାଇଛି। ଜିଲା ସ୍ୱନକ୍ଷତ୍ର ଦିବସ ଅବସରରେ ଗତ ୨ ତାରିଖରେ ବୌଦ୍ଧ ରାଜତନ୍ତ୍ର ସମୟର ଶହେବର୍ଷର କଚେରୀ କୋଠାକୁ ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରଥମ ଜିଲାସ୍ତରୀୟ ସଂଗ୍ରହାଳୟ ଭାବେ ଲୋକାର୍ପିତ କରିଛନ୍ତି। ବର୍ତ୍ତମାନ ଏହି ସଂଗ୍ରହାଳୟରେ ଜିଲାର ପୁରୁଣା ଲୋକକଳା, ସଂସ୍କୃତି, ପ୍ରାଚୀନ ପରମ୍ପରା, କାରିଗରୀ, କିର୍ତ୍ତିରାଜୀ ଦେଖିବାକୁ ମିଳିଛି। ସଂଗ୍ରହାଳୟରେ ପୁରାତନ କିର୍ତ୍ତିରାଜୀ ନୂତନ ପିଢୀ ଓ ପର୍ଯଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟଛି। କିନ୍ତୁ ଏହି ସଂଗ୍ରହାଳୟ ଦେଖିବା ପାଇଁ ଜିଲାପ୍ରଶାସନ ପକ୍ଷରୁ ଏକ ସମୟ ସୀମା ଜାରି କରିଛି। ସକାଳ ୧୦.୩୦ରୁ ଅପରାହ୍ନ ୧.୩୦ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଥିବା ବେଳେ ପ୍ରତ୍ୟେକ ସୋମବାର ଓ ସରକାରୀ ଛୁଟି ଦିନ ଗୁଡିକରେ ସଂଗ୍ରହାଳୟ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି।

Related Posts

About The Author

Add Comment