ବାଲି ଚୋରି ଉପରେ ଲାଗିବ ଲଗାମ,ନିୟମରେ ହେବ ପରିବର୍ତ୍ତନ

Spread the love

 

ସୁନ୍ଦରଗଡ ତା:୯/୬/୨୦୨୫( ସନ୍ଧାନ ନ୍ୟୁଜ) ରାଜ୍ୟରେ ବେଧଡକ ବାଲି ଚୋରିକୁ ଲଗାମ ଲଗାଇବାର କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି । ବାଲି ପାଇଁ ତିଆରି ହେବ ନୂଆ ନିୟମ। ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇ ଟ୍ରାକ୍ଟର ବାକି ବିନା ଶୁଳ୍କ ରେ ମିଳିବା ସହିତ ଏହା ପାଇଁ ହିତାଧିକାରୀଙ୍କୁ ରସିଦ ଦିଆଯିବ ବୋଲି ରାଜସ୍ବ ମନ୍ତ୍ରୀ ପ୍ରକାଶ କରିଥିବା ଜଣାପଡିଛି । ତା ସହିତ ବାଲି ପାଇ ଆଉ ଡମ୍ଫର ଗାଡ଼ି ବ୍ୟବହାର କରାଯିବାରେ ଲାଗିବ ପ୍ରତିବନ୍ଧକ ଓ ବାକି ପାଇ ଆଉ କେଉଁ ଗାଡ଼ିରେ ବାଲି ନିଆଯିବ ତାର ନୂତନ ନିୟମ ପ୍ରସ୍ତୁତ କରାଯାଉଥିବା ରାଜୁ ରାଜସ୍ବ ମନ୍ତ୍ରୀ ପ୍ରକାଶ କରିଛନ୍ତି । ବାଲି ଚୋରି କୁ ନେଇ ବାଲି ମାଫିଆ ଅନେକ ସରକାରୀ ଅଧିକାରୀଙ୍କ ସହ ଦୁର୍ବ୍ୟବହାର ସହିତ ମରଣାତ୍ମକ ଆକ୍ରମଣ ଆଉ ଭ୍ରୁକ୍ଷେପ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅପରିପେଖିରେ ରାଜ୍ୟ ସରକାର ରାଜ୍ୟକୁ ଅପରାଧ ମୁକ୍ତ କରିବା ପାଇଁ ପ୍ରସ୍ତୁତ ବୋଲି ପ୍ରକାଶ ପାଇଥିବା ଜଣାପଡିଛି ।

Related Posts

About The Author

Add Comment