ବାଲିସଙ୍କରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ବିଫଳ

Spread the love

ସୁନ୍ଦରଗଡ ତା:୧୪/୮/୨୦୨୧ ( ସନ୍ଧାନ ନିଉଜ /ରାଜୁ ପଟେଲ ) ବାଲିସଙ୍କରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଣିଥିବା ଜନପ୍ରତିନିଧିଙ୍କ ଯୋଜନା ଫେଲ ମାରିଛି । ଗତ ମାର୍ଚ୍ଚ ୩ ତାରିଖ ଦିନ ବାଲିସଙ୍କରା ବ୍ଲକର ଅଧ୍ୟକ୍ଷା ତ୍ରିବେଣୀ ମାଝୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ବ୍ଲକ ଉପାଧକ୍ଷ ପ୍ରଶାନ୍ତ ପଟେଲଙ୍କ ନେତୃତ୍ୱରେ ଏକ ବୈଠକ କରି ସ୍ଥିର କରାଯାଇଥିଲା । ଏହି ଆଧାରରେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ନିକଟରେ ପତ୍ର ସଂଖ୍ୟା ୪୦/୮୩ ଓଡିଶା ପଞ୍ଚାୟତ ସମିତି ନିୟମ ୧୯୬୪ ଧାରା ‘ଖ’ ଅନୁଯାୟୀ ଦିନ ଧାର୍ଯ୍ୟ କରାଯାଇଥିଲା । ଏହି କ୍ରମରେ ବାଲିସଙ୍କରା ବିଡ଼ିଓ ବାସନ୍ତୀ ଲାକ୍ରା, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ସହକାରୀ ଯନ୍ତ୍ରୀ ଶାଗରା ମାରାଣ୍ଡି ଅନସ୍ଥା ପ୍ରସ୍ତାବ ଗୃହରେ ଦିନ ୧୧ଟା ରୁ ଦୀର୍ଘ ସମୟଧରି ଅପେକ୍ଷା କରିଥିଲେ । ଅନେକ ସମୟ ଅପେକ୍ଷା କଲାପରେ ବିରକାଲଡିହି ସମିତି ସଭ୍ୟ ଶିବସଙ୍କର ଭୋଇ ଓ ବାଲିସଙ୍କରା ସମିତି ସଭ୍ୟା ଜୟକୁମାରି ପଟେଲଙ୍କ ବ୍ୟତୀତ ଆଉ କେହି ଜନ ପ୍ରତିନିଧି ସଭା ଗୃହକୁ ଆସି ନ ଥିଲେ । ଦୀର୍ଘ ସମୟ ଅପେକ୍ଷା କଲାପରେ ଉପଜିଲ୍ଲାପାଳ ଏହି ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଥିଲେ । କେତେକ ଦୁର୍ନୀତିଗ୍ରସ୍ତ ଲୋକଙ୍କ କଥାରେ ସହଯୋଗ ନ କରିବାରୁ ଏହି ଯୋଜନା ଘଟାଇଥିବା ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିକ୍ରିୟା ନେବାରୁ ଜଣା ପଡ଼ିଛି । ଆଜି ଭଳିଆ ସମୟରେ ଜନ ସମାଜ ସଜାଗ ଓ ଜାଗୃପ ରହିଥିବାର ଅଧ୍ୟକ୍ଷା ତ୍ରିବେଣୀ ମାଝୀ ମତବ୍ୟକ୍ତ କରିଛନ୍ତି ।

Related Posts

About The Author

Add Comment