ବାରିପଦା ବଡ଼ ଜଗନ୍ନାଥ ମନ୍ଦିରରେ ଜନ୍ମାଷ୍ଟମୀ

Spread the love

ବାରିପଦା ୧୩/୦୮/୨୦୨୦ (ଆମ ଐତିହ ପ୍ରତିନିଧି) : ସ୍ଥାନୀୟ ଶ୍ରୀଶ୍ରୀହରିବଳଦେବଜୀଉ ବଡଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ରାତ୍ରିର ସମସ୍ତ ନୀତି ପରେ ମଙ୍ଗଳବାର ପ୍ରଥମେ ପୁରୋହିତ ଅରୁଣ କୁମାର ମିଶ୍ରଙ୍କ ଦ୍ବାରା ପଞ୍ଚଉପଚାର ପରେ ଶ୍ରୀଦୁର୍ଗାଙ୍କ ଜନ୍ମୋତ୍ସବ ଓ ସୁଭଦ୍ରା ଦେବୀଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିଲା । ଦୁର୍ଗାଙ୍କ ଜନ୍ମ ପରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ କରାଯାଇଥିଲା । ମଧ୍ୟରାତ୍ରରେ କୋଠ ଘରୁ ଜନ୍ମ ଠାକୁର ଶ୍ରୀକୃଷ୍ଣଙ୍କୁ ଅଣାଯାଇ । ପ୍ରଜାମଣ୍ଡପରେ ରଖାଯିବା ପରେ ପୁରାଣ ପଣ୍ଡାଙ୍କ ଦ୍ବାରା ଜନ୍ମାଷ୍ଟମୀ ବ୍ରତ ପାଠ କରାଯାଇଥିଲା ଏବଂ ପୁରାଣ ପାଠରେ ଠାକୁରଙ୍କ ଜନ୍ମ କଥା ସମୟରେ ଭିତର ମଣ୍ଡପରେ ଠାକୁର ଜନ୍ମ ହୋଇଥିଲେ ଜନ୍ମ ପୂର୍ବରୁ କୃଷ୍ଣଙ୍କର ସଖା ଏବଂ ନନ୍ଦ ଯଶୋଦାଙ୍କୁ ଆବାହନ କରି ପୂଜା କରାଯାଇଥିଲା । ନାଭି ଚ୍ଛେଦନ ପରେ ପଞ୍ଚାମୃତ ଗଙ୍ଗାଜଳ, ହଳଦୀପାଣି ଓ ଗରମ ପାଣିରେ ସ୍ନାନ କରାଯାଇଥିଲା । ସ୍ନାନ ପରେ ଠାକୁରଙ୍କୁ ପାନପତ୍ରରେ ଘିଆ ଦିଆଯାଇ ଠାକୁରଙ୍କୁ ଗରମ ସେକ ଦିଆଯିବା ପରେ ଶୁଣ୍ଡି, ପିପ୍ପଳି, ଆଠ କଡକଡା, ଛେନା, ଦହି, ସର ଲବଣି ଏବଂ ବିଭିନ୍ନ ଫଳ ଭୋଗ ପରେ ପରିଛା, ପୂଜା ପଣ୍ଡା, ପୁରୋହିତଙ୍କ ଦ୍ୱାରା ମହାପ୍ରଭୁଙ୍କୁ ଯମୁନା ନଦୀ ପାର କରାଯାଇଥିଲା । ଜନ୍ମ ଠାକୁରଙ୍କ ସହିତ ଆଣ୍ଠୁଆ ଗୋପାଳ ଓ ମଦନମୋହନ ମହାପ୍ରଭୁ ଜନ୍ମୋତ୍ସବରେ ସାମିଲ ହୋଇଥିଲେ। ମହାଭୋଇ ସେବକଙ୍କ ଦ୍ଵାରା ସର ଲବଣ ଛେନା ଖାଇବା ପରେ ତିନି ଠାକୁର ଜନ୍ମ ଠାକୁର ଶ୍ରୀକୃଷ୍ଣ, ମଦନମୋହନ ଓ ଆଣ୍ଡୁଆ ଗୋପାଳଙ୍କୁ ଯଥାକ୍ରମେ ତିନି ପୂଜକ ଅରୁଣ କୁମାର ମିଶ୍ର, ଦେବାଶିଷ ପଣ୍ଡା ଓ କାମେଶ୍ଵର ତ୍ରିପାଠୀ ପହଣ୍ଡି କରି ନନ୍ଦ ଘରକୁ ଗମନ ଓ ନାଟ ମଣ୍ଡପରେ  ବିମାନରେ ଠାକୁରଙ୍କ ବିଜେ ପରେ ପଞ୍ଚ ଉପଚାର କରାଯାଇଥିଲା ଏବଂ ପରେ ପୁନର୍ବାର ତିନି ଠାକୁର କୋଠ ଘର ଭିତରକୁ ଫେରିଥିଲେ । ଏହା ବିଳମ୍ବିତ ରାତ୍ରିରେ ସମାପନ ହୋଇଥିଲା କିନ୍ତୁ ଏଥର କରୋନା ମହାମାରୀ ପାଇଁ ମନ୍ଦିର ମଧ୍ୟକୁ ପ୍ରବେଶ ନିଷେଧ ଥିବାରୁ ଭକ୍ତ ଜନ୍ମାଷ୍ଟମୀ ଦର୍ଶନରୁ ବଞ୍ଚିତ  ହୋଇଛନ୍ତି ।

           ବୁଧବାର ନନ୍ଦୋତ୍ସବ ଉପଲକ୍ଷେ ମନ୍ଦିର ନାଟମଣ୍ଡପରେ ତିନି ଠାକୁର ଝୁଲାରେ ବିରାଜମାନ କରିବେ । ମହାସ୍ନାନ ପରେ ପଞ୍ଚ ଉପଚାରରେ ଚନ୍ଦ୍ର ପୂଜା ହୋଇ ଦଧୁ ହାଣ୍ଡି, ଧୂପ ଦୀପ ନୈବେଦ୍ୟ ପରେ ପ୍ରସାଦ ଦିଆ ଯାଇ ଆରତୀ ପରେ ଦହି ହାଣ୍ଡି ବେଢା କରାଯାଇ ଭଞ୍ଜନ କରାଯିବ। ଏହାପରେ ମହାପ୍ରଭୁମାନେ ସିଂହାସନକୁ ବାହୁଡ଼ିବାର କାର୍ଯ୍ୟକ୍ରମ ରହିଛି ।

Related Posts

About The Author

Add Comment