ବାଥରୁମରେ ଗାଧୋଉଥିବା ବେଳେ ଛାତ ସିଲିଂ ଫଟାଇ ପସିଆସିଲା ଏକ ଅଜବ ହାତ, ଡରିଗଲେ ଯୁବକ, ଭାଇରାଲ ହେଉଛି ଫଟୋ

Spread the love
  •  
  •  
  •  
  •  
  •  

ନୂଆଦିଲ୍ଲୀ ୦୯.୦୧.୨୦୨୧(ସନ୍ଧାନ ନିଉଜ୍):- ଅନେକ ସମୟରେ ଆମେ ଆମ ଚାରିପାଖରେ ଅଜବ ଜିନିଷ ଦେଖୁଥାଉ ଯାହାକି ଆଶ୍ଚର୍ଯ୍ୟାନ୍ବିତ‌ କରିଥାଏ । ବିଭିନ୍ନ ସ୍ଥାନରେ ଅଜବ ଜୀବଜନ୍ତୁମାନେ ମଧ୍ୟ‌ ଦେଖାଯାଆନ୍ତି ଯାହାକୁ କି ବୈଜ୍ଞାନିକମାନେ ମଧ୍ୟ ଅନୁସନ୍ଧାନ କରିପାରନ୍ତି ନାହିଁ । ଏପରି ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ନିକଟରେ ଏପରି ଏକ ଘଟଣା ଦେଖବାକୁ ମିଳିଛି ଅଷ୍ଟ୍ରେଲିଆରେ । ଜଣେ ବ୍ୟକ୍ତି ନିଜ ବାଥରୁମରେ ଏକ ଅଜବ ଜୀବକୁ ଦେଖୁ ଚିହିଁକି ଉଠିଲେ । ବାଥରୁମର ସିଲିଂରୁ ବଡ ବଡ ନଖ ଏବଂ ଲୋମଥୁବା ଏକ ଅଜବ ଜୀବ ଦେଖିବାକୁ ପାଇଥିଲେ । ଫ୍ରାଙ୍ଗେଲିସା ନାମକ ଜଣେ ବ୍ୟକ୍ତି ନିଜ ବାଥରୁମକୁ ଯାଇଥିବା ବେଳେ ଏଭଳି ଏକ ବିଚିତ୍ର ଜୀବ ଦେଖୁଥିଲେ । ଏହାକୁ ଦେବା ପରେ ତାଙ୍କୁ ହରର ଫିଲ୍ମର ଦୃଶ୍ୟ ଭଳି ଲାଗିଥିଲା । ଏହା ପରେ ଯୁବକଜଣକ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋଟି ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡିଆ ୟୁଜର ବିଭିନ୍ନ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର ଲେଖୁଛନ୍ତି, ଏହା ଏକ ଅଷ୍ଟ୍ରେଲୀୟ ଜୀବ ହୋଇଥାଇପାରେ ଏବଂ ଏହାକୁ ପେସ୍ଟି କ୍ରିଟର ବୋଲି କୁହାଯାଏ । ଏହାକୁ ସେଠାରୁ ତୁରନ୍ତି ମୁକ୍ତ କରିବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି । ଆଉ ଜଣେ ସୋସିଆଲ ମିଡିଆ ୟୁଜର ଲେଖୁଛନ୍ତି, ଉକୁ ସିଲିଂରେଧ୍ୟରେ ଗୋଟିଏ ଆଲୋକ ଲଗାଇଦିଅନ୍ତୁ, ସେହି ଜୀବଟି ବାହାରକୁ ବାହାରିଆସିବ । କାରଣ ରାତ୍ରିଚର ପଶୁ ହୋଇଥିବାରୁ ସେମାନେ ଉଜ୍ବଳ ଆଲୋକକୁ ଭୟ କରନ୍ତି ।

 

Related Posts

About The Author

Add Comment