ରାଜ୍ୟର ବହୁ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ସମ୍ଭାବନା

Spread the love
  •  
  •  
  •  
  •  
  •  

ଭୁବନେଶ୍ୱର ୨୨/୦୪ (ସନ୍ଧାନ ନିଉଜ) : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତର ଉପକୂଳ ଓ ଆଭ୍ୟନ୍ତର ଠାରୁ ଆରମ୍ଭ କରି ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରର ବହୁ ଜିଲ୍ଲାରେ କାଳବୈଶାଖୀ ଜନିତ ପ୍ରବଳ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଢ଼େଙ୍କାନାଳ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଘଣ୍ଟାକୁ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହିତ ଘଡ଼ଘଡ଼ି ଓ ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା ହେବ। କାଳବୈଶାଖୀ ହେବାର ମଧ୍ୟ ସମ୍ଭାବନା ରହିଛି। ସେହିପରି ଢ଼େଙ୍କାନାଳ, ଅନୁଗୁଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି।

Related Posts

About The Author

Add Comment