ଚାନ୍ଦବାଲି ୨୧/୧୧/୨୬ (ସନ୍ଧାନ ନ୍ୟୁଜ) ଚାନ୍ଦବାଲିବ୍ଲକ ଅନ୍ତର୍ଗତ ପଞ୍ଚୁଟିକିରୀ ପଂଚାୟତ ର ଅଧିବାସୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି ଛନ୍ତି ଭଦ୍ରକ ଜିଲ୍ଲାପାଳ ଓ ଚାନ୍ଦବାଲି ବ୍ଲକ ବିଡ଼ିଓ। ପଞ୍ଚୁଟିକୀରି ଏକ ସମୁଦ୍ର ଉପକୂଳ ବର୍ତ୍ତି ଅଞ୍ଚଳ। ବାତ୍ୟା ଅକ ଭାନ୍ର ସୂଚନା ପାଇ ଭୟଭୀତ ହୋଇ ପଡ଼ିଥିଲେ ପଞ୍ଚାୟତ ବାସୀ।ବରିଷ୍ଠ ନେତା ବିଜୟ ଧଳ ଓ ସରପଞ୍ଚ ସର୍ବେଶ୍ଵର ସେଠୀଙ୍କ ଉଦ୍ୟମ ପାଇଁ ଭଦ୍ରକ ଜିଲ୍ଲାପାଳ ଓ ଚାନ୍ଦବାଲି ବିଡ଼ିଓ, ତହସିଲଦାର ଘଟଣା ସ୍ଥଳ ରେ ପହଞ୍ଚି ପ୍ରାୟ ଏକ ହଜାର ରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖିଥିଲେ। ସେମାନଙ୍କ ଖାଇବା, ରହିବା, ଓ ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା କରି ଥିଲେ। ବାତ୍ୟା ଟଳି ଗଲା ପରେ ସେମାନେ ନିଜ ଘରକୁ ଫେରି ଯିବେ। ଜନ ସାଧାରଣ ଓ ସ୍ଥାନୀୟ ନେତୃତ୍ଵ ଙ୍କସହଯୋଗ ପାଇଁ ଜିଲ୍ଲାପାଳ ଓ ବିଡ଼ିଓ ପଞ୍ଚାୟତ ବାସୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।
ବାତ୍ୟା ଅକ୍ ଭାନ ର ସଫଳ ମୁକାବିଲା ପାଇଁ ପଞ୍ଚୁଟିକିରି ବାସୀ ଙ୍କୁ ଧନ୍ୟବାଦ୍ ଅର୍ପଣ କଲେ ଜିଲ୍ଲାପାଳ ଓ ବିଡ଼ିଓ
|
November 21, 2026 |



