ବାଡ଼ି ଅଗଣାରେ ପନିପରିବା ଚାଷ ପାଇଁ ୮୦ ଚାଷୀଙ୍କୁ ମିନି କିଟ୍ ବଣ୍ଟନ

Spread the love

ସମ୍ବଲପୁର, ୨୭।୧୧ (ସନ୍ଧାନ ନ୍ୟୁଜ୍): ସମ୍ବଲପୁର ସଦର ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଓରାମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଅପରାହ୍ନ ୩ଟା ସମୟରେ ବୀରସିଂହଗଡ଼ ଓ ବାରଲୋଇ ବନ ସୁରକ୍ଷା ସମିତିର ଆଗ୍ରହୀ ୮୦ ଜଣ ଚାଷୀଙ୍କୁ ପନିପରିବା ଚାଷ ପାଇଁ ମିନି କିଟ୍ ବଣ୍ଟନ କରାଯାଇଥିଲା। ଚାଷୀମାନେ ନିଜ ନିଜ ବାଡ଼ି ଅଗଣାରେ ପନିପରିବା ଚାଷ କରି କିପରି ଆର୍ଥିକ ଭାବେ ଲାଭବାନ ହୋଇପାରିବେ, ସେଥିପ୍ରତି ଦୃଷ୍ଟି ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଘରୋଇ ପନିପରିବା ଚାଷ ଦ୍ୱାରା ପରିବାରର ଆବଶ୍ୟକତା ପୂରଣ ସହ ଅତିରିକ୍ତ ଉତ୍ପାଦନରୁ ଆୟ ବୃଦ୍ଧି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ କ୍ଷେତ୍ର ସଂଯୋଜକ ବୃନ୍ଦାବନ ପ୍ରଧାନ, ଉମାକାନ୍ତ ପୋଢ଼, ଦଳପତି ପଙ୍କଜିନୀ ସାହୁ, ଉନ୍ନୟନ ଅଧିକାରୀ ଦେବେନ୍ଦ୍ର କୁମାର ନାୟକ ଓ ବେଦବ୍ୟାସ ସାହୁ ପ୍ରମୁଖ ଉପସ୍ଥିତ ରହି ମିନି କିଟ୍ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଶେଷରେ କ୍ଷେତ୍ର ସଂଯୋଜକ ବୃନ୍ଦାବନ ପ୍ରଧାନ ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ ଓ ଚାଷୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment