ବାଘଚମଡା କାରବାର ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଗିରଫ, ପରେ ଜାମିନ

Spread the love

ବାରିପଦା ୧୬ /୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଶିମିଳିପାଳ ଅଭୟାରଣ୍ୟ ବରେହିପାଣି ପଞ୍ଚାୟତର ଉସ୍କି ଗ୍ରାମରୁ କଲରାପତ୍ରିଆ ବାଘ ଚମଡା ଆଣି କାରବାର ପାଇଁ ଉଦ୍ୟମ ବେଳେ ଯଶିପୁର ବ୍ଲକ ଟଙ୍ଗାବିଲା ଛକ କରଞ୍ଜିଆ ବନଖଣ୍ଡ କର୍ମଚାରୀ ଓ ଯଶିପୁରସ୍ଥିତ ଏସଟିଆର କର୍ମଚାରିଗଣ ମିଳିତଭାବେ ଚଢ଼ାଉ କରି ଗତ ମେ ୯ ତାରିଖରେ ୩ ଜଣଙ୍କୁ ଗିରଫ କରିଥିଲେ । ମାମଲାରେ ସମ୍ପୃକ୍ତ ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସୁଇପରକୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ତଦନ୍ତକାରୀ ଅଧୁକାରୀ ଦୁଧୂଆଣି ରେଞ୍ଜର ସରୋଜ କୁମାର ପଣ୍ଡା ଅଭିଯୁକ୍ତ ସୁବାଷ ଚନ୍ଦ୍ର ସାହୁ, କ୍ଷୀରୋଦ ମହାନ୍ତ, ରଞ୍ଜିତ ନାଏକ ଓ ସ୍ବାସ୍ଥ୍ୟକେନ୍ଦ୍ରର ସୁଇପର ଗଣେଶ୍ଵର ସିଂଙ୍କୁ କୋର୍ଟ ଚାଲାଣ କରିଥିଲେ । ଏ ନେଇ ରେଞ୍ଜ ଅଧୁକାରୀ ଠାକୁରମୁଣ୍ଡା ମେଡିକାଲ ଅଫିସରଙ୍କୁ ଜଣାଇଥିଲେ । କୋର୍ଟ ଚାଲାଣ ହୋଇଥିବା ୪ ଅଭିଯୁକ୍ତ ସ୍ଥାନୀୟ ଏଡିଜେ କୋର୍ଟରୁ ୧୩ ଦିନ ପରେ ଅର୍ଥାତ ୨୩ ତାରିଖରେ ଜାମିନ ପାଇ ମୁକୁଳିଥିଲେ । ଜଣେ ସରକାରୀ କର୍ମଚାରୀ ଅଭିଯୁକ୍ତ ହୋଇ ୪୮ ଘଣ୍ଟା କୋର୍ଟ ହାଜତରେ ରହିଲେ ତାଙ୍କୁ ଓଡିଶା ସିଭିଲ ସର୍ଭିସେସ ନିୟମ ଅନୁଯାୟୀ କାର୍ଯ୍ୟରୁ ନିଲମ୍ବନ କରାଯିବା ନିୟମ ଥିବାବେଳେ ଗଣେଶ୍ୱର ସିଂଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହୋଇଥିବା ଦେଖାଯାଇଛି । ସେ ଏବେ ମଧ୍ୟ କାର୍ଯ୍ୟରତ ଥିବା ନେଇ ସ୍ଵାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସରଙ୍କୁ ପଚାରିବାରୁ ଗଣେଶ୍ୱର ୯ ତାରିଖରେ ତାଙ୍କୁ ଛୁଟି ଦରଖାସ୍ତ ଦେଇଥିବା ଏବଂ ଗିରଫ ଓ କୋର୍ଟ ଚାଲାଣ ସମ୍ବନ୍ଧରେ ରେଞ୍ଜ ଅଧିକାରୀ ଦେଇଥିବା ଚିଠି ଅଦ୍ୟାବଧୂ ତାଙ୍କୁ ମିଳିନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀଙ୍କ ସହ ଯୋଗାଯୋଗ କରିବାରେ ସେ କାର୍ଯ୍ୟ ବ୍ୟସ୍ତତାର ଆଳ କରି ଏଡାଇ ଯାଇଛନ୍ତି । ଅପରପକ୍ଷରେ ବାଘଚମଡ଼ା କାରବାରରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କ ନାମ ସହ ସମ୍ପୂର୍ଣ୍ଣ ବିବରଣୀ ସମସ୍ତ ଗଣମାଧ୍ୟମରେ  ଦୁଇଦିନ ଧରି ପ୍ରକାଶ ପାଇଥିବାବେଳେ ନିଜ କର୍ମଚାରୀଙ୍କ ଗିରଫ ସମ୍ବନ୍ଧରେ ମେଡିକାଲ ଅଫିସର କିପରି ଜାଣିପାରିଲେନାହିଁ ଏବଂ ଗଣେଶ୍ଵରଙ୍କ ଛୁଟି ଦରଖାସ୍ତକୁ କିପରି ସଂଜୁର କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି କରଞ୍ଜିଆ ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ ଏ ବାବଦରେ ଓଡିଶା ସିଭିଲ ସର୍ଭିସେସ ନିୟମକୁ ଭିତ୍ତି କରି ଜିଲ୍ଲା ମୁଖ୍ୟ ଚିକିତ୍ସା   ଧୁକାରୀଙ୍କୁ ଚିଠି ଲେଖୁବା ସହ ଠାକୁରମୁଣ୍ଡା ମେଡିକାଲ ଅଫିସରଙ୍କୁ ଏହାର ନକଲ ପ୍ରଦାନ କରିଛନ୍ତି । ରାଜ୍ୟରେ ଯଥା ସମୟରେ ନ୍ୟାୟ, ସ୍ଵଚ୍ଛତା, ଉତ୍ତରଦାୟିତ୍ଵ ଓ ସଂଗଠିତ ଭାବେ ର୍କାର୍ଯ୍ୟ କରିବା ପାଇଁ ସମସ୍ତ ବିଭାଗରେ ସରକାର ୫-ଟି ଲାଗୁ କରିଥିବା ବେଳେ ଜଣେ ସରକାରୀ କର୍ମଚାରୀଙ୍କ ପାଇଁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ଘଟଣାରେ ୫-ଟି କାର୍ଯ୍ୟକାରିତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ ହେଉଛି ।

Related Posts

About The Author

Add Comment