ସୁନ୍ଦରଗଡ ତା:୧୯/୪/୨୦୨୬( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଗତକାଲି ଟାଙ୍ଗର ଗାଁ ରେ ଏକ ବାଇକରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଏକ ଇଲେକ୍ଟ୍ରି ଖୁଣ୍ଟ ରେ ବାଡେଇବା ଦ୍ଵାରା ଘଟଣା ସ୍ଥଳେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଦୁଇଜଣ ଗୁରୁତର ଆଘାତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ବାଇକ୍ ଯୋଗେ ତିନି ଜଣ ଯାଉଥିବା ବେଳେ ପ୍ରାୟ ୨ଟା ୪୫ ମିନିଟ ସମୟେ ବାଇକ୍ ଭାରସାମ୍ୟ ହରାଇବାରୁ ଏକ ଇଲେକ୍ଟ୍ରି ପୋଲରେ ପିଟି ହୋଇଥିଲେ । ଘଟଣା ସ୍ଥଳେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିଲା । ମୃତକ ଜଣକ ମାରଷେଲ କୁଲୁ ଓ ତାଙ୍କ ଘର ଦେଓ ବହାଲ ବୋଲି ଜଣାପଡ଼ିଥିବା ବେଳେ ଗୁରୁତର ବ୍ୟକ୍ତିଙ୍କ ତଥ୍ୟ ମିଳିପାରି ନାହିଁ । ସ୍ଥାନୀୟ ଲୋକେ ୧୦୮ ସହିତ ୧୧୨ କୁ ଫୋନ୍ ଯୋଗେ ଅବଗତ କରାଇଥିଲେ ।ହେଲେ ଅନେକ ସମୟ ବିତିଯାଉଥିବା ବେଳେ ଅଞ୍ଚଳ ଲୋକେ ସ୍ଥାନିୟ ଟାଙ୍ଗର ଗାଁ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଅନ୍ୟପଟେ ମୃତକଙ୍କ ସଭ୍ୟ ପ୍ରାୟ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ ଘଟଣା ସ୍ଥଳେ ପଡିରହିଥିବା ଅଞ୍ଚଳରେ ଚିନ୍ତା ବଢ଼ାଇଥିକା ।ଅଞ୍ଚଳ ରେ ଫୋନ ସେବା ର ଉପଯୁକ୍ତ ସୁବିଧା ନ ହେବା କାରଣରୁ ସ୍ବାସ୍ଥ୍ୟ ସେବାରେ ଅବହେଳା ହେଉଥିବା ବୁଦ୍ଧିଜୀବୀଙ୍କ ସୂତ୍ରରୁ ଜଣାପଡିଛି । ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ମହୋଦୟଙ୍କ ଦୃଷ୍ଟିକୁ ନେଇଥିବା ଜଣାପଡିଛି ।
ବାଇକ ସଡକ ଦୁର୍ଘଟଣା ରେ ଜଣେ ମୃତ ଓ ଦୁଇଜଣ ଗୁରୁତର
|
April 19, 2026 |



