ବାଇକ ଦୃର୍ଘଟଣାରେ ଗ୍ୟାରୋଜ ମିସ୍ତ୍ରୀ ମୃତ

Spread the love

ଧର୍ମଶାଳା (ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ଥାନା ଅନ୍ତର୍ଗତ ଜାତୀୟ ରାଜପଥସାରୋଇ ଛକ ନିକଟରେ ଆଜି ଜଣେ ବାଇକ ଆରୋହୀ ଭାରସାମ୍ୟ ହରାଇ ଏକ ଟାଟାଏସି ଗାଡିକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିବା ଜଣାଯାଇଛି । ସୂଚନା ମୁତାବକ ମର୍ଜିତାପୁର ଗ୍ରାମର କୁନା ଲେଙ୍କାଙ୍କ ପୁଅ ବିଦ୍ୟାଧର ଲେଙ୍କା (୪୦) ଆଜି ନିଜ ବାଇକ ଯୋଗେ ଚଣ୍ଡିଖୋଲରୁ ଜାରକା ଅଭିମୁଖେ ଯାଉଥିବା ବେଳେ ସାରୋଇ ଛକ ଆଗରେ ପୋଲିସ ପକ୍ଷରୁ ଗାଡି ତନଖି ଚାଲୁଥିବାରୁ ତାହାକୁ ଡରି ସାରୋଇ ନିକଟରେ ଡାଇଭରସନ୍ରେ ପଳାଇ ଯିବାକୁ ପ୍ରଚେଷ୍ଟା କରୁଥିବା ବେଳେ ଟାଟା ଏସି ସହିତ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୁତୁ୍ୟ ଘଟିଥିଲା । ମୃତ ବିଦ୍ୟାଧର ଚଣ୍ଡିଖୋଲରେ ଏକ ଡାଇନୋମା ମିସ୍ତ୍ରିୀ ଭାବେ କାର୍ଯ୍ୟ କରୁଥିବା ଜଣାଯାଇଛି । ପୋଲିସ ଶବ ଜବତ କରି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଚଳାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Related Posts

About The Author

Add Comment