ସୁନ୍ଦରଗଡ ତା୩୧/୨/୨୦୨୨( ସନ୍ଧାନ ନିଉଜ) ତଲସରା ଥାନା ଅନ୍ତର୍ଗତ ଲମଟିବାହାଲ ବୁଲାଣି ରାସ୍ତାରେ ଏକ ବାଇକ ସହ ଏକ ବାଇକର ମୁହାଁମୁହିଁ ଫଲରେ ବାଇକରେ ଥିବା ତିନି ଜଣ ଯୁବକ ବାଇକରୁ ଖସି ପଡ଼ିଥିଲେ । ଫଳରେ ଦୁର୍ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ସବଡେଗା ପ୍ରାଥମିକ ଚିକିତ୍ସାଳୟକୁ ପଠା ଯାଇଥିବାବେଳେ ମୃତକ ବ୍ୟକ୍ତିଙ୍କୁ ଶବ ଵ୍ୟଵଛେଦ ପାଇଁ ସୁନ୍ଦରଗଡ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇ ଗାଡିକୁ ତଲସରା ପୋଲିସ ଥାନାରେ ଅଟକ ରଖି ଏକ ମାମଲା ରୁଜୁ କରିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ଆଜି ସକାଳ ସମୟରେ ସାଗବାହାଲ ମୂଷାକଟା ଗ୍ରାମର ଲକ୍ଷ୍ମୀ ତନ୍ତୀ(୪୦)ବର୍ଷ, ରାମଧନ ତନ୍ତୀ (୩୯) ବର୍ଷ ସହ ବିଜୟ ତନ୍ତୀ(୩୫) ବର୍ଷ ତିନିଜଣ ବାଇକ ନମ୍ବର ଓଡ଼ି ୧୬-୦୫୯୬ ଯୋଗେ ରାଉଳଡେଗା ଅଭିମୁଖେ କାମ କରିବାପାଇଁ ଦ୍ରୁତ ଗତିରେ ଆସିଥିବା ସମୟରେ ଲମତିଘାଟି ବୁଲାଣି ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ସହିତ ବାଇକ ଚାଳକ ସହ ଅନ୍ୟମାନେ ମଧ୍ୟ ହେଲମେଟ ନ ପିନ୍ଧିଥିବା ସୂଚନା ମିଳିଛି ।
ବାଇକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର
|
February 1, 2022 |
