ଯାଜପୁର,୧୬.୬(ସଂନ୍ଧାନ ନିଉଜ/ମାନସ ରାଉତ):-ବଡଚଣା ଥାନା ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ ବଡଚଣା ଛକଠାରେ ଶନିବାର ଏକ ଯାତ୍ରୀବାହୀ ବୋଲେରୋ ବାଇକକୁ ଧକ୍କାଦେବା ଫଳରେ ଭାରସାମ୍ୟ ହରାଇ ପଲଟି ପଡିଥିଲା । ଫଳରେ ସେଥିରେ ଥିବା ୬ ଯାତ୍ରୀଙ୍କ ସମେତ ବାେଇକ ଆରୋହୀ ଓ ସହଯାତ୍ରୀ ଗୁରୁତର ହୋଇ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବ ବୋଲେରୋ ସମ୍ମୁଖକୁ ହଠାତ ବାଇକଟି ପଶି ଆସିବାରୁ ଭାରସାମ୍ୟ ହରାଇ ତିନି ପଲଟି ଦେଇ ରାସ୍ତା କଡକୁ ଚାଲିଯାଇଥିଲା ।
ଘଟଣା ସ୍ଥଳରେ ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ର ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭତ୍ତିକରିଥିଲେ । ଆହାତ ମାନଙ୍କ ମଧ୍ୟରେ କଟକ ଜିଲା ନିଆଳି ଥାନା ଅଞ୍ଚଳର ନିଂରଜନ ମଲିକ(୬୫),ସୂର୍ଯ୍ୟପ୍ରଭା ମଲିକ(୬୦),ସାଗରିକା ମଲିକ(୩୪),କ୍ଷୀରୋଦ ମଲିକ(୫୦),ନିମାପଡା ଅଞ୍ଚଳର ଲିପିକା ମଲିକ(୩୫) ଓ ବଡଚଣା ଥାନା ସୁଙ୍ଗୁଡା ଗ୍ରାମର ପ୍ରବଣ କୁମାର ଯେନା(୨୫),ଶୈଳେନ୍ଦି ଯେନା(୪୨) ଏବଂ ରାଧାଦେଇପୁର ଗ୍ରାମର ଜଗନ କୁମାର ଜେନା(୩୫)ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତର କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି ।