ନୂଆଦିଲ୍ଲୀ, ୧୮/୦୩ (ସନ୍ଧାନ ନିଉଜ) ବାଂଲାଦେଶରେ ପୁଣି ଥରେ ଉଗ୍ରବାଦୀମାନେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ବାଂଲାଦେଶର ରାଜଧାନୀ ଡାକାରେ ଅବସ୍ଥିତ ଇସ୍କନ୍ ରାଧାକାନ୍ତ ମନ୍ଦିରରେ ୨୦୦ ରୁ ଅଧିକ ଲୋକ ଲୁଟ୍ ପାଟ୍ କରିଥିଲେ। ଏହି ସମୟରେ ହିନ୍ଦୁ ସମାଜର ଅନେକ ଲୋକ ଆହତ ହୋଇଥିଲେ। ଖବର ଅନୁଯାୟୀ ହାଜି ଶାଫିଲ୍ଲାଙ୍କ ନେତୃତ୍ୱରେ ଏହି ଆକ୍ରମଣ ହୋଇଥିଲା ।
କୁହାଯାଉଛି ଯେ ଗୁରୁବାର ଦିନ ସନ୍ଧ୍ୟା ୭ ଟା ସମୟରେ ଢାକାର ୱାରିସ୍ଥିତ ୨୨୨ ଲାଲ ମୋହନ ସାହା ଛକ ଠାରେ ଥିବା ଇସ୍କନ୍ ମନ୍ଦିରରେ ଏହି ଆକ୍ରମଣ ହୋଇଥିଲା ଯେତେବେଳେ ହିନ୍ଦୁ ଭକ୍ତମାନେ ବୁଦ୍ଧ ପୂର୍ଣ୍ଣିମା ପର୍ବ ପାଇଁ ପ୍ରସ୍ତୁତ ହେଉଥିଲେ।
ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାର ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ ଏକେଏସ୍ ର ରିପୋର୍ଟରେ କୁହାଯାଇଛି ଯେ ୯ ବର୍ଷ ମଧ୍ୟରେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ପ୍ରାୟ ୪୦୦୦ ଥର ଆକ୍ରମଣ ହୋଇଛି।