ବାଂଟିଜଙ୍ଗାରେ ଅଗ୍ନିକାଣ୍ଡରେ ୨ଭଖରା ପାଉଁଶ

Spread the love

ଧର୍ମଶାଳା, ୦୪/୦୪(ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳାତହସିଲ ଅନ୍ତର୍ଗତ ବାଟିଜଙ୍ଗା ଗ୍ରାମରେ ଆଜି ରାତି ୯ଟା ସମୟରେ ଅଗ୍ନିକାଣ୍ଡ ଘଟି ୨ଭଖରା ଚାଳଛପର ଘର ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି । ସୂଚନା ମୁତାବକ ଏହି ଗ୍ରାମର ମଣିନାଥ ସାହୁଙ୍କ ୨ଭଖର ଚାଳଛପର ଘରେ ବିଦୁ୍ୟତ ସଟ ସର୍କିଟରୁ ନିଆଁ ଲାଗିଯାଇଥିଲା । ନିମିଷେକ ମଧ୍ୟରେ ନିଆଁ ଅନ୍ୟ ଘରକୁ ଧରିବା ସହିତ ଘରେ ଥିବା ଆସବାପତ୍ର, ଧାନ, ପ୍ୟାନ ଏବଂ ଅନ୍ୟ ସମାଗ୍ରୀ ପୋଡି ଯାଇଛି । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମା ବାହିନୀ ପଂହଚି ନିଆଁକୁ ଆୟତ୍ତ କରିଥିଲେ । ସେ ଜଣେ ଗରିବ ଲୋକ ହୋଇଥିବାରୁ ତୁରନ୍ତ ତାଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇଦେବାକୁ ଗ୍ରମାବସୀ ଦାବି କରିଛନ୍ତି ।

Related Posts

About The Author

Add Comment