ଯାଜପୁର-/୧୮/୦୨/(ସନ୍ଧାନ ନିଉଜ୍)ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଂଚାୟତ ଅଧୀନରେ ଅବସ୍ତିତ କଣ୍ଟାପାଟଣା ଶିବ ମନ୍ଦିରରେ ଜାଗାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି କିନ୍ତୁ ବଡ଼ ଦୁଃଖର ବିଷୟ ଦୀର୍ଘ ୫୦ ବର୍ଷର ପୁରୁଣା ମନ୍ଦିର ସେମିତି ନାହିଁ ନଥିବା ଅବସ୍ଥାରେ ପଡ଼ି ରହିଛି । ସୂଚନା ଅନୁଯାୟୀ ଦୀର୍ଘ ୫୦ ବର୍ଷ ତଳେ ଏହି ମନ୍ଦିର ଟି ଏକ ଚାଳିଆ ଘରେ ଠାକୁର ଙ୍କୁ ରଖି ପୂଜା କରିବା ଆରମ୍ଭ ହୋଇଥିଲା ଆଖପାଖ ୫/୬ଟି ଗାଁ ଏହି ମନ୍ଦିର ଉପରେ ନିର୍ଭର କରୁଥିବା ବେଳେ ସବୁ ଆଡୁ ଲୋକଙ୍କର ଭିଡ଼ ଦେଖିବାକୁ ,ଏଠାରେ ବିବାହ, ଯଜ୍ଞ, ମଧ୍ୟ ହୁଏ ପ୍ରତି ବର୍ଷ ଜାଗର ଯାତ୍ରା ମଧ୍ୟ ହୋଇଥାଏ । ସେହି ଅଞ୍ଚଳ ର ଲୋକେ କହିବା ଅନୁସାରେ ଏତେ ବର୍ଷର ପୁରୁଣା ମନ୍ଦିର କିନ୍ତୁ କେବେ କାହାର ନଜର ପଡୁନାହିଁ ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ଆସିଲା ବେଳେ ନେତା ମାନେ ଆସନ୍ତି ପ୍ରତିସୁତି ଦିଅନ୍ତି ମନ୍ଦିର ର ଉନ୍ନତି କରିବା ପାଇଁ କିନ୍ତି ନିର୍ବାଚନ ସରିଗଲା ପରେ ସବୁ ଭୁଲି ଯାନ୍ତି । ସରକାରଙ୍କ ଅନେକ ଯୋଜନା ରହିଛି ସେଥିମଧ୍ୟରୁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବହୁ ଦେବା ଦେବୀ ଙ୍କର ମନ୍ଦିର ହେଉଛି ଯେଉଁଠି ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି କିନ୍ତୁ ଏହି ପୁରାତନ ମନ୍ଦିର ଟି ସେମିତି ଦୃଦିନ ଅବସ୍ଥାରେ ପଡ଼ି ରହିଛି । ସୂଚନା ଥାଉ କି ରାଇଛନ୍ଦା ପଂଚାୟତ ରେ ଯେଉଁ ସବୁ ସ୍ଥାନରେ ମନ୍ଦିର ନଥିଲା ସେଠାକୁ ମନ୍ଦିର ପାଇଁ ସ୍ଥାନୀୟ ବିଧାୟକ ଙ୍କୁ ଧରିକି କିଛି କୁଜି ନେତା କରାଇଦେଲେ କିନ୍ତୁ ଯେଉଁ ମନ୍ଦିର ଦୀର୍ଘ ବର୍ଷର ମନ୍ଦିର ତାହା ପାଇଁ କାହାର ଚିନ୍ତା ନାହିଁ ଏ ସମ୍ପର୍କ ରେ ବାରମ୍ବାର ଲୋକ ସ୍ଥାନୀୟ ବିଧାୟକ, ସରପଞ୍ଚ, ଏବଂ କିଛି କୁଜିନେତା ଙ୍କୁ କହିବା ପରେ ମଧ୍ୟ କିଛି ଫଳ ମିଳୁନାହିଁ । ଏବେ ସେହି ଗ୍ରାମର ଲୋକେ ଏବେ ପ୍ରତିଜ୍ଞା ନେଇଛନ୍ତି ଯଦି ସ୍ଥାନୀୟ ବିଧାୟକ ଏବଂ ସରକାରଙ୍କ ତରଫରୁ କୌଣସି ପଦକ୍ଷପ ନ ନିଆଯାଏ ଆଗକୁ ଆସୁଥିବା ୨୦୨୪ ସାଧାରଣ ନିର୍ବାଚନରେ ସବୁ ଲୋକ ନିଜର ଭୋଟ ବର୍ଜନ କରିବେ ଚେତାବନୀ ଦେଇଛନ୍ତି ।
ବହୁ ପୂରାତନ ମନ୍ଦିର କୁ ମିଳିପାରୁନି ସରକାରଙ୍କ ଅନୁଦାନ, ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ।
|
February 18, 2023 |



