ଯାଜପୁର, ୧/୬(ସନ୍ଧାନ ନିୟୁଜ୍/ମାନସ ରାଉତ)ବଡଚଣା ବସ୍ ଷ୍ଟାଣ୍ଡରେ କେତେକ ଯାତ୍ରୀବାହୀ ବସ୍ ରହିବାର ଅନୁମତି ଥିଲେ ମଧ୍ୟ ସେମାନେ ଏଠାରେ ନରହିବା ଫଳରେ ଗୁରୁବାର ବଡଚଣା କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ବଡଚଣା ଛକଠାରେ ଧାରଣା ଦିଆଯାଇଛି । ବଡଚଣା ଛକଠାରେ ଶତାଧିକ ଲୋକ ଏକତ୍ରିତ ହୋଇ ୧୬ନମ୍ବର ଜାତୀୟ ରାଜପଥରେ ଯାତାୟତ କରୁଥିବା ଯାତ୍ରୀବାହୀ ବସଗୁଡିକୁ ଅଟକାଇଥିଲେ । ଏହି ଛକରେ କେତେକ ବସ ରହିବାର ନିୟକ ଥିଲେ ମଧ୍ୟ ସଂପୃକ୍ତ ବସମାଲିକ ସରକାରୀ ନିୟମକୁ ଉଲଘଂନ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଆଜି ବଡଚଣା କ୍ରୀୟାନୁଷ୍ଠାନ କମିଟି ଓ ବଡଚଣା ବଣିକ ସଂଘର ମିଳିତଭାବେ ଜାତୀୟ ରାଜପଥ କଡରେ ଶାନ୍ତିପୁର୍ଣ୍ଣ ଧାରଣା ଦେଇଥିଲେ । ଯେଉଁ ଗାଡି ଗୁଡିକ ପରିମିଟ ଥାଇ ନିୟମକୁ ଉଲଘଂନ କରୁଥିବା ସଂପୃକ୍ତ ଗାଡିର କର୍ମ·ରୀଙ୍କୁ ଡାକି ବୁଝାସୁଝା କରିଥିଲେ । ଏହି ଧାରଣାରେ ନୀଳକଣ୍ଠ ମିଶ୍ର, ପ୍ରମୋଦ କୁମାର ସାମଲ,ବଟକୃଷ୍ଣ ପ୍ରଧାନ,ଦିବାକର ପ୍ରଧାନ,ଅଜୟ କୁମାର ସିଂହ,ବୀରକିଶୋର ପ୍ରଧାନ,ଅମ୍ବିକା ପ୍ରସାଦ ମିଶ୍ର,ପ୍ରଦିପ୍ତ ପ୍ରଧାନ,ଚିତ୍ତରଂଜନ ପ୍ରଧାନ,ଅନନ୍ତ ଚରଣ ସିଂହ,ଅମୂଲ୍ୟ ବରାଳ,ଉଦୟ ଦାସ,ସ୍ମୃତିରଂଜନ ବାରିକ,ଜ୍ଞାନ ରଂଜନ ସିଂହ,ମହେନ୍ଦ୍ର ସିଂହ,ରଂଜନ କୁମାର ସିଂହ ଓ ସନ୍ତୋଷ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଧାରଣାକୁ ଶାନ୍ତିପୁର୍ଣ୍ଣ ଭାବେ ପରି·ଳନା କରିଥିଲେ । ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ର ଧାରଣାକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଥିଲେ । ଏଥିପ୍ରତି ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ଦୃଷ୍ଟି ନଦେଲେ ଆନେ୍ଦାଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଶ୍ରୀମତି ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।
ବସ୍ ରହଣୀ ଦାବୀରେ ବଡଚଣା କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା
|
June 1, 2018 |