ବସ୍ତା ବ୍ଲକରେ ଅଭାବନୀୟ ଘଟଣା

Spread the love
  •  
  •  
  •  
  •  
  •  

ବସ୍ତା, ୧୬.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ବସ୍ତା ବ୍ଲକରେ ସୁବିଧା କେନ୍ଦ୍ର ଚୟନରେ ଅନିୟମିତତା ଅଭିଯୋଗରେ ଆଜି ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର କିଛି ମହିଳା ଆଇସିଡିଏସ୍ (ସମନ୍ବିତ ଶିଶୁ ବିକାଶ ଯୋଜନା) ସଂଯୋଜକଙ୍କୁ ଘେରିବା ସହ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ବସ୍ତା ଥାନାରେ ଏ ନେଇ ଉଭୟ ମହିଳା ଗୋଷ୍ଠୀ ଓ ସମ୍ପୃକ୍ତ ଅଧିକାରୀ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବସ୍ତା ଥାନାରେ ଦୁଇଟି ପୃଥକ୍ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ, ବସ୍ତା ବ୍ଲକ୍ କୁଡ଼ିଆ ପଞ୍ଚାୟତର କୁଡ଼ିଆ ଗ୍ରାମରେ ସୁବିଧା କେନ୍ଦ୍ର ଚୟନରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ କୌଣସି ସୁଫଳ ମିଳିଲା ନାହିଁ ।  ଫଳରେ ଆଜି କୁଡ଼ିଆ ଗ୍ରାମର ୪ଟି ଏସ୍ ଏଜିରକୁ ୩୦ରୁ ଅଧିକ ମହିଳା ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚି ଟି ମହିଳା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟ ଯାଇ ଅନିୟମିତତା ବିଷୟରେ ସଂଯୋଜକ ଗଜେନ୍ଦ୍ର ମଲ୍ଲିକଙ୍କୁ ପଚାରିଥିଲେ। ଚୟନ ପୂର୍ବରୁ ହୋଇସାରିଥିବା ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। ସରକାରୀ ନିୟମ ଅନୁଯାୟୀ ଚୟନ କରାନଯାଇ ତରବରିଆ ଭାବେ ଅନ୍ୟ ଏକ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ କିପରି ଚୟନ କରାଗଲା ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏଥିରେ ସଂଯୋଜକ ଉତ୍‌କ୍ଷିପ୍ତ ହୋଇ ଜଣେ ମହିଳାଙ୍କ ହାତ କୁଆଡେ ମୋଡ଼ି ଦେଇଥିଲେ। ବାସ୍, ଏହା ପରେ ମହିଳାମାନଙ୍କ କ୍ରୋଧ ଦେଖିବା କଥା ? ଶ୍ରୀ ମଲ୍ଲିକଙ୍କୁ ଚାରିପଟୁ ଘେରିଯାଇ ଆରମ୍ଭ କରି ଦେଇଥିଲେ ସଂଘବଦ୍ଧ ଆକ୍ରମଣ ଆତ୍ମରକ୍ଷା ପାଇଁ ଅଧିକାରୀ ଜଣକ ଏଣେତେଣେ ଦୌଡ଼ି ବ୍ଳକ୍ କାର୍ଯ୍ୟାଳୟର ଅଡିଟ୍ ରୁମ୍ଭକୁ ପଶି ଯାଇଥିଲେ । ତାପରେ ବି ଉତ୍ତାକ୍ତ ମହିଳା ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ବିଧା, ଗୋଇଠା ଛାଇ ଦେଇଥିଲେ। ପରେ ବ୍ଲକ କର୍ମଚାରୀ ବହୁ କଷ୍ଟରେ ଶ୍ରୀ ମଲ୍ଲିକଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ଏସ୍ ଏଜି ମହିଳାଙ୍କ ପକ୍ଷରୁ ବସ୍ତା ଥାନାରେ ଅଭିଯୋଗ କରାଯାଇଥିବା ବେଳେ ବ୍ଲକ୍ ତରଫରୁ ମଧ୍ୟ ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ ଏସ୍ଏଜି ମହିଳାଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ଉଭୟ ପକ୍ଷର ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ବସ୍ତା ଥାନା ଅଧିକାରୀ ଅଶୋକ କୁମାର ନାୟକ।

Related Posts

About The Author

Add Comment