ବଲାଙ୍ଗୀର: ଡିପ୍ଲୋମା ଛାତ୍ରଙ୍କ ଆତ୍ମହତ୍ୟା

Spread the love

ଭୁବନେଶ୍ୱର, ୪/୯ (ସନ୍ଧାନ ନିୟୁଜ): ଅଶାନ୍ତି, ସମସ୍ୟା ଓ ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହେଲେ ମଣିଷ ବଞ୍ଚି ରହିବାକୁ ଆଗ୍ରହ ପ୍ରକାଶ କରି ନଥାଏ। ଏଭଳି ଘଟଣାର ସମ୍ମୁଖୀନ ହୋଇଛନ୍ତି ବଲାଙ୍ଗୀରରେ ଜଣେ ଡିପ୍ଲୋମା ଛାତ୍ର ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ମଦ୍ୟପ।

ସୂଚନା ଅନୁସାରେ ବଲାଙ୍ଗୀର ସରକାରୀ ପଲିଟେକ୍ନିକ କଲେଜର ଛାତ୍ର ଚନ୍ଦ୍ରଶେଖର ବେହେରା ମଙ୍ଗଳବାର କୌଣସି ବ୍ୟକ୍ତିଗତ କାରଣରୁ ନିଜେ ରହୁଥିବା ଭଡ଼ାଘରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଭଦ୍ରକ ଜିଲ୍ଲାର ଚନ୍ଦ୍ରଶେଖର ଟାଉନ ଥାନା ଅନ୍ତର୍ଗତ ଶାନ୍ତିପଡ଼ାରେ ଅନ୍ୟ ସାଙ୍ଗମାନଙ୍କ ସହିତ ରହୁଥିଲେ। ଆଜି ସକାଳୁ ସାଙ୍ଗମାନେ କଲେଜ ଯାଇଥିବା ବେଳେ ଚନ୍ଦ୍ରଶେଖର ଜୀବନ ବାଜି ଲଗାଇବାକୁ ଚିନ୍ତା କରିଥିଲେ। ଦେହ ଭଲ ନାହିଁ କହି ସେ କଲେଜ ଯାଇ ନଥିଲେ।

ସୂଚନା ପାଇ ପୁଲିସ ଭଡ଼ା ଘରେ ପହଞ୍ଚି ଚନ୍ଦ୍ରଶେଖରଙ୍କ ମୃତଦେହ ଜବତ କରିଛି। ପୁଲିସ କହିଛି, ଚନ୍ଦ୍ରଶେଖର କିଛି ଦିନ ହେବ ଅବସାଦ ମନରେ ଥିଲେ। ସାଙ୍ଗମାନଙ୍କ ସହିତ କମ କଥା ହେଉଥିଲେ। ଚନ୍ଦ୍ରଶେଖରଙ୍କ ଆତ୍ମହତ୍ୟା ନେଇ କଲେଜ କର୍ତ୍ତୃପକ୍ଷ ଓ ତାଙ୍କ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି।

Related Posts

About The Author

Add Comment