ବର୍ଷା ପାଣିରେ ରାସ୍ତା କାନ୍ଦୁଛି,ଯାତାୟାତ ଠପ I

Spread the love

ସୁନ୍ଦରଗଡ଼ ତା:୨୪/୭/୨୦୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଓଡିଶା ସରକାର ତଥା ଭାରତ ସରକାର ରାଜ୍ୟ ରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ସଡ଼କ ତିଆରି କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେତେକ ଅଞ୍ଚଳ ରେ ରାସ୍ତା ମ ହେବା କାରଣରୁ ବ୍ୟତିକ୍ରମ ଦେଖିବାକୁ ମିଳିଛି l ବାଲିଶଙ୍କରା ବ୍ଲକ ବନଡେଗା ମୁଖ୍ୟ ରାସ୍ତା ରୁ କୁବା ପଡ଼ା କୁ ଯାଇଥିବା ରାସ୍ତା ଟି ବର୍ତ୍ତମାନ ର ବର୍ଷା ପାଣି ରେ ଉକ୍ତ ରାସ୍ତା ଟି କାଦୁଅ ରେ ପରିପୂର୍ଣ ହୋଇ ରହିଛି l ଯ ଦ୍ୱାରା ଏହି ରାସ୍ତା ଦେଇ ଯିବା ଆସିବା ସୁବିଧା ଠପ୍ ହୋଇଥିବା ଦେଖିବାକୁ ମିଳିଛି l ବାରମ୍ବାର ପଂଚାୟତ,ବ୍ଲକ ସହିତ ସୁନ୍ଦରଗଡ ଜନଶୁଣାଣୀ ରେ ଲିଖିତ ଅଭିଯୋଗ କ୍ରମେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।ବିଗତ ସରକାର ସମୁରେ ମଧ୍ୟ ଅଭିଯୋଗ ପତ୍ର ବାରମ୍ବାର ଦେଇ ମଧ୍ୟ ହେଲା ନାହିଁ ଓ ଏବେ ଲୋକଙ୍କ ସରକାର ସହିତ ପାଇଁ କାମ କରିବାର ଡିଡିମ୍ୱ ପିଟୁଥିବା ସରକାର କର୍ଣ୍ଣପାତ କରୁ ନ ଥିବା ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇବାକୁ ଲାଗିଛି । ଅଭିଯୋଗ ଦେଇ ଦେଇ ସ୍ଥାନୀୟ ବାସିନ୍ଦା ସରକାରଙ୍କ ଆସ୍ଥା,ବିଶ୍ୱାସ ସହିତ କାର୍ଯ୍ୟରେ ବିଫଳ ହେବା କାରଣରୁ ଚିନ୍ତାରେ ଥିବା ମାଟ ପ୍ରକାଶ କରିଛନ୍ତି ।ଅତି ଶୀଘ୍ର ଏହି ରାସ୍ତା ଟି କୁ ନିର୍ମାଣ କରିବା ପାଇଁ ସ୍ଥାନୀୟ ବିଧାୟକ ତଥା ପ୍ରଶାସନ ଅଧିକାରୀଙ୍କୁ ଜନ ସାଧାରଣ ଦାବି କରୁଥିବା ଜଣାପଡିଛି ।

Related Posts

About The Author

Add Comment