ସୁନ୍ଦରଗଡ ତା:୩୧/୭/୨୦୨୫( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ବିଗତ ଦଶ ବର୍ଷ ଧରି ଅନେକ ବଡ ବଡ ଯୋଜନା ମାଧ୍ୟମରେ ଠକେଇ କାର୍ଯ୍ୟ ଲାଗିରହିଛି । ଜମି ଠକେଇ,ସେୟାର ଠକେଇ ସହିତ ଅନେକ ଠକେଇ ଚାଲିଥିବା ବେଳେ ଏବେ ମୌସୁମୀ କୁ କେନ୍ଦ୍ରକରି ରାଜ୍ୟ ତଥା ଦେଶରେ ଏନେଇ ଠକେଇ କାର୍ଯ୍ୟ ଦେଖିବାକୁ ମିଳିଥାଏ ।ପ୍ରତିବର୍ଷ ସୂଚନା ଅନୁସାରେ ସାରା ଦେଶରେ ୭୦ହଜାର କାରୋଡ ଟଙ୍କାର ଚାରା ରୋପଣ କରାଯାଏ ।ମାତ୍ର ଏଥିରେ ପ୍ରଶ୍ନ ଉଠେ ପ୍ରତିବର୍ଷ ଚାରା ରୂପରେ ରୋପଣ କରୁଥିବା ଗଛ ଯାଏ କୁଆଡେ ଓ ସେଇ ସୁନିଶ୍ଚିତ ସ୍ଥାନରେ ବାରମ୍ବାର ଚାରା ରୋପଣ କରାଯାଇ ଆସୁଅଛି। ପ୍ରତିବର୍ଷ ରେ ଚାରା ରୋପଣ ଅନୁସାରେ ଗଛର ଠିକ୍ ଭାବରେ ରକ୍ଷଣା ବେକ୍ଷଣ ନ କରିବା ଦ୍ୱାରା ପ୍ରତିବର୍ଷ ଏହି କାର୍ଯ୍ୟ ଠକେଇ ମାଧ୍ୟମରେ କେତେକ ଲୋକଙ୍କ ପକେଟ କୁ ଯାଉଥିବା ସୂଚନା ରହିଛି । ମାତ୍ର ଏହି ଟଙ୍କା ସାଧାରଣ ଜନତାଙ୍କ ଟିକସ ପଇସା ହୋଇଥିବା ବେଳେ ତାହା ଆଗାମୀ ଦିନରେ ଦରଦାମ କୁ ଦ୍ଵିଗୁଣିତ କରୁଥିବା ଦେଖିବାକୁ ମିଳୁଛି । ଏହାକୁ ସରକାରୀ ସ୍ତରରେ ତଦନ୍ତ କରିବାର ଆବଶ୍ୟକତା ରହିଛି ।



