ବରୁଁଆ କଳାମାଟିଆ ରାସ୍ତାକୁ ଟେଣ୍ଡର କରାଗଲା

Spread the love

ଯାଜପୁର ସଦର, ୦୯ା୦୨: ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଜନଗହଳି ପୁର୍ଣ୍ଣରାସ୍ତା ବରୁଆଁ ବରୀ କଳାମାଟିଆର ରାସ୍ତାର ଟେଣ୍ଡର ହୋଇଥିବା ଜଣାଯାଇଚି । ଏହି ରାସ୍ତାକୁ ନିର୍ମାଣ କରାଯିବା ପାଇଁ ବିଭାଗ ପକ୍ଷରୁ ୯୬କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଚି । କାମ ୨୪ମାସ ମଧ୍ୟରେ ଶେଷ ହେବାପାଇଁ ଧାର୍ଯ୍ୟ କରାଯାଇଚି । ଏହି ରାସ୍ତା ୪ ଧାଡ଼ିଆ ହେବା ସହିତ ବନ୍ୟା ସମୟରେ ଗମନା ଗମନ ପାଇଁ ଏହି ରାସ୍ତାକୁ ଉଚ୍ଚ କରାଯିବାର ଯୋଜନା ରହିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଜନ ଗହଳିପୁର୍ଣ୍ଣ ରାସ୍ତରେ ଦିନକୁ ଦିନ ଦୃଘଟଣା ଘଟୁଥିବା ବେଳେ, ଏହି ରାସ୍ତାଟି ୪ ଧାଡ଼ିଆ ହେବା ସହିତ ଗମନା ଗମନର ସମସ୍ୟା ଦୁର ହୋଇ ପାରିବ । ଏହି ରାସ୍ତାଟିର ସମ୍ପୁର୍ଣ୍ଣ କରଣ ଦୂରତା ୧୯ କିଲୋମିଟର ରହିଥିବା ଜଣାଯାଇଚି । ଦିର୍ଘ ଦିନର ଏହି ଦାବିକୁ ରାଜ୍ୟ ସରକାର ପୂରଣ କରୁଥିବାରୁ ବରୀ ବିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟୀକା ସୁନନ୍ଦା ଦାସ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବରୁଆଁ ଛକ ବରୀ ମାଉଣ୍ଡ ପର୍ଯ୍ୟନ୍ତ ଦେଇ ଏହି ରାସ୍ତା କଳାମାଟିଆର ବିରୁପା ନଦୀ ବନ୍ଧକୁ ସଂଯୋଗ ହେବ ବୋଲି ଜଣାଯାଇଚି ।

Related Posts

About The Author

Add Comment