ବରିଷ୍ଠ ବିଜେପିନେତା ବିଶ୍ୱରଂଜନ ମଲ୍ଲିକ କରୋନାରେ ଆକ୍ରାନ୍ତ

Spread the love

ଯାଜପୁର ସଦର, ୨୧/୦୮/୨୦୨୦ (ସନ୍ଧାନ ନିଉଜ):ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ଯୁବନେତା ବିଶ୍ୱରଂଜନ ମଲ୍ଲିକ କରୋନାରେ ଆକ୍ରାନ୍ତ ହେବା ଘଟଣା ଜଣାପଡ଼ିବା ପରେ କର୍ମୀଙ୍କ ମହଲରେ ଆତଙ୍କ ଖେଳିଯାଇଚି । ଶ୍ରୀ ମଲ୍ଲିକ ବରୀ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥି ଭାବେ ନିର୍ବାଚନ ଲଡ଼ୁଥିବା ବେଳେ, ୪୨ପଂଚାୟତର ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀ ମଲ୍ଲିକଙ୍କୁ ଜ୍ୱର ହେବାରୁ ଭୂବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଉଥିଲେ । ସେହି ମେଡ଼ିକାଲରେ ସ୍ୱାବ ଟେଷ୍ଟ କରାଉଥିଲେ । ଗତ ବୁଧବାର ଦିନ ରିପୋର୍ଟ ଆସିବାରୁ ଶ୍ରୀ ମଲ୍ଲିକଙ୍କୁ କରୋନା ହୋଇଥିବା ଜଣାଯାଇଥିଲା । ଶ୍ରୀ ମଲ୍ଲିକଙ୍କୁ କରୋନା ହୋଇଥିବା ଘଟଣାକୁ ବିଭିନ୍ନ ପଂଚାୟତର କର୍ମୀ ସଂଗଠକ ଏବଂ ଶୁଭଚିନ୍ତକ ଶ୍ରୀ ମଲ୍ଲିକ ଆଶୁ ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଖୁବଶିଘ୍ର ଶ୍ରୀ ମଲ୍ଲିକ ଆରୋଗ୍ୟ ହେବାପାଇଁ ବିଜେପିର କର୍ମୀମାନେ ବିଭିନ୍ନ ଦେବାଳୟ ମାନଙ୍କରେ ପୂଜାଅର୍ଚ୍ଚନା କରିଥିଲେ । Report- Gopinath Das

 

Related Posts

About The Author

Add Comment