ଯାଜପୁର, (ସନ୍ଧାନ ନିୟୁଜ) ରାଜ୍ୟରେ ବିଭିନ୍ନ ପଂଚାୟତରେ ଓଡିଶା ବିଶ୍ୱ ସମ୍ମଳନୀ ଉପଲକ୍ଷେ ଗ୍ରାମସଭା ଏବଂ ବିଭିନ୍ନ ପ୍ରତିଯୋଗିତା ଏବଂ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବନ୍ଧଡିହ ଗ୍ରାମ ପଂଚାୟତରେ ଓଡିଆ ଭାଷା ସମ୍ମଳନୀ-୨୦୨୪ ଉପଲକ୍ଷେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ସରପଂଚ ବିକ୍ରମ ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବନ୍ଧଡିହ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣର୍ଞ୍ଜଳୀ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ସମାଜସେବୀ ସଦାନନ୍ଦ ପାଢ଼ୀ, ସମ୍ମାନୀତ ଅତିଥି ଭାବେ ଜୟସୁଙ୍ଗୁଡା ସରକାରୀ ବିଦ୍ୟାଳୟର ଶିକ୍ଷକ ଯତୀନ୍ଦ୍ର ମୋହନ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଭାଷା ଅତୀତର ଅସ୍ତିତ୍ୱ ଭାଷାହିଁ ଭବିଷ୍ୟତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଷା ବଂଚି ରହିଲେ ଆମେ ବଂଚିବା ଏବଂ ନିଜର ଭାଷାକୁ ନେଇ ଗର୍ବ କରିବା ଏବଂ ତାହାର ବିକାଶ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଅତିଥି ମାନେ ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ସାହିତ୍ୟ ଏବଂ ସଂସ୍କୃତିର ବିକାଶ କୁ ନେଇ ଏକ ବକୃତା ପ୍ରତିଯୋଗିତା ପଂଚାୟତ ପକ୍ଷରୁ ଆୟୋଜନ କରାଯାଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇ ପରସ୍କୃତ କରାଯାଇଥିଲା । ସେହିପରି ଅତିଥି ମାନଙ୍କ ସମେତ କବାଡି କ୍ରୀଡାରେ ସ୍ୱତନ୍ତ୍ର ଭାବେ ଜାତୀୟ ଜୁନିୟର ବିଭାରେ ରାଜ୍ୟରୁ ପ୍ରତିନିଧିତ୍ୱ କରିଥିବା ଦିପାଂଚଳ ଉଚ୍ଚ ବିଦ୍ୟାଳୟର ଛାତ୍ର ସବ୍ୟସାଚୀ ମାହାନ୍ତିଙ୍କୁ ମାନପତ୍ର ଉପଢ଼ୌକନ ଦିଆଯାଇ ପୁରସ୍କୃତ କରାଯାଇଥିଲା । ଏହାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ କୁମାର ରାଉତ, ଜିଆରଏସ ସେକ୍ ସାଜତ, ଭରତ ଚନ୍ଦ୍ର ରାଉତ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ୱାର୍ଡ ସଭ୍ୟ ସଭ୍ୟା, ନାଏବ ସରପଂଚ ପ୍ରମୁଖ ଉପସ୍ଥିତ ଥିଲେ ।
ବନ୍ଧଡିହ ଗ୍ରାମ ପଂଚାୟତରେ ପ୍ରଥମ ଓଡିଆ ଭାଷା ସମ୍ମଳନୀ ଉପଲକ୍ଷେ ବକୃତା ପ୍ରତିଯୋଗିତା ଓ ସମ୍ବର୍ଦ୍ଧନା ପର୍ବ
|
February 5, 2024 |
