ଭଦ୍ରକ ୧୬/୯/୨୬ (ସନ୍ଧାନ ନ୍ୟୁଜ) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକ ର ବରିଷ୍ଠ ବିଜେପି ନେତ୍ରୀ ଶ୍ରୀମତୀ ପଙ୍କଜୀନି ଲେଙ୍କା ଙ୍କୁ ବିଜେପି ଗୁରୁତ୍ଵ ଦେଉନି ବୋଲି ତାଙ୍କ ନିକଟତମ ମହଲ ରୁ ଅଭିଯୋଗ ହେଉଛି। ୧୯୯୬ମସିହା ରେ ଅଟଳ ବିହାରୀ ବାଜପେୟୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲେ। ବହୁ ଘାତ ପ୍ରତିଘାତ ମଧ୍ୟରେ ସେ ଭାରତୀୟ ଜନତା ପାଟି ର ନୀତି ଆଦର୍ଶ କୁ ଲୋକ ଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରିଥଲେ। ସରପଞ୍ଚ, ସମିତି, ଓ ଜିଲ୍ଲା ପରିଷଦ ନିର୍ବାଚନ ରେ ବିଜେପି ପକ୍ଷରୁ ପାର୍ଥି ହୋଇ ସଫଳ ହୋଇ ଥିଲେ। ଶ୍ରୀମତୀ ଲେଙ୍କା ଙ୍କ ସ୍ବାମୀ ଜଣେ ଶିକ୍ଷକ, ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା କୁ ନେ଼ଇ ତାଙ୍କ ସଂସାର। ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ କୁ ଯାଇ ବିଜେପି ସପକ୍ଷ ରେ ଜନମତ ସୃଷ୍ଟି କରିଥଲେ। ତାଙ୍କର ସାଂଗଠାନିକ ଦକ୍ଷତା କୁ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ବହୁ ବାର ଭୂୟସୀ ପ୍ରଶଂସା କରିଥିଲେ। ବନ୍ତ ବ୍ଲକ ରେ ଯଦି ବିଜେପି ଆଜିକା ଦିନ ରେ ଏକ ଭଲ ସ୍ଥିତି ରେ ଅଛି ତାହା କେବଳ ଶ୍ରୀମତୀ ଲେଙ୍କା ଙ୍କ ପାଇଁ ସମ୍ଭବ ହୋଇ ପାରିଛି। ବର୍ତ୍ତମାନ ସମୟ ରେ ବିଜେପି ସରକାର ଥାଇ ମଧ୍ୟ ଶ୍ରୀମତୀ ଲେଙ୍କା ଙ୍କୁ ସଭା ସମିତି କୁ ନ ଡାକିବା, ତାଙ୍କ ପରାମର୍ଶ କୁ ଗ୍ରହଣ ନ କରିବା ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଜେପି କୁ ଶକ୍ତ ଧୋକା ଦେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୂଜୁ ସନ୍ଧାନ।
ବନ୍ତ ବ୍ଲକର ବରିଷ୍ଠ ନେତ୍ରୀ ଶ୍ରୀମତୀ ପଙ୍କ ଜିନୀ ଲେଙ୍କା ଙ୍କୁ ଗୁରୁତ୍ଵ ଦେଉନି ବିଜେପି।
|
September 15, 2026 |



