ବଢୁଛି ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ୟା

Spread the love

ବାରିପଦା ୧୧/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ର ୧୯୬୦ ମସିହାରେ ନିର୍ମିତ ହେଇଥିବା ବେଳେ, ଏହା ଅଧୁନରେ ୩ ଟି ପିଏଚସି କାର୍ଯ୍ୟ କରୁଛି ।ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୧୩ ବର୍ଷରୁ ଉର୍ଦ୍ଧ ଜଣେ ଏମବିବିଏସ ଓ ଜଣେ ଆୟୁଷ ଡାକ୍ତରଙ୍କ ଦ୍ବାରା ସେବା କାର୍ଯ୍ୟ ଚାଲୁ ରହିଥିଲା । ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ର ରେ ୬ ଜଣ ଡାକ୍ତର ଙ୍କ ସ୍ଥାନ ରେ ତିନି ଜଣ ଡାକ୍ତର କାର୍ଯ୍ୟରତ ଥିବା ବେଳେ ଜଣେ ଏମବିବିଏସ ଡାକ୍ତର ଙ୍କୁ ଦୁଇ ଦିନ ତଳେ ଓଡ଼ିଶା ସରକାର ଙ୍କ ଚିଠି ଅନୁଯାୟୀ (୧୮୧୫୫) ପିଆରଏମ ମେଡିକାଲ କଲେଜ ଙ୍କୁ ସ୍ଥାନାନ୍ତର କରାଯାଇଛି । ଯାହା ଫଳରେ ପାଞ୍ଚଟି ପଞ୍ଚାୟତ ର ଜନସାଧାରଣ ସେବା ପାଇବାରୁ ବଞ୍ଚିତ ହେବେ । ଉଲ୍ଲେଖଯୋଗ୍ୟ ବିଷୟ ଜିଲ୍ଲା ର ବହୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଆବଶ୍ୟକତା ଠାରୁ ଅଧିକ ଡାକ୍ତର ରହିଥିବା ବେଳେ ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ଅଣଦେଖା କରିବା ସହିତ ଅବହେଳା କରାଯାଉଥିବାର ଜନସାଧାରଣ ଅଭିଯୋଗ କରିଛନ୍ତି । ବର୍ଭମାନ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏଭଳି ପଦକ୍ଷେପ କୁ ଜନସାଧାରଣରେ ନିନ୍ଦା କରାଯାଇଛି । ଏବଦରେ ତୁରନ୍ତ ପଦକ୍ଷେପ ନନେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ବୋଲି ଚେତାବନୀ ଦେଇଛନ୍ତି ।

Related Posts

About The Author

Add Comment