ବଢୁଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା

Spread the love
  •  
  •  
  •  
  •  
  •  
ଯାଜପୁର/ବଡଚଣା,୪/୯ (ସନ୍ଧାନ ନ୍ୟୁଜ୍/ବିମଳ ବେହେରା)  ମୁଣ୍ଡ ଉପରେ ଚାଳ ନାହିଁ। ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ। ଓଳିଏ ଖାଇଲେ ଦୁଇ ଓଳି ଉପାଷ। ବନ୍ୟାରେ ଉଜୁଡ଼ି ଗଲା ସବୁ ଆଶା ଓ ଭରଷା  । ପ୍ରଭାବିତ ହେଲେ ହଜାର ହଜାର ପରିବାର। ବନ୍ୟା ଛାଡ଼ିଯାଇଛି ସତ କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବା ପାଇଁ ଲାଗିଛି। ଏଥିପ୍ରତି ପ୍ରଶାସନ ର କୌଣସି ନିଘା ନାହିଁ ।।
:ଆଜି ବି ବେସାହାରା ପାଲଟିଛନ୍ତି ଯାଜପୁର ଜିଲ୍ଲା ବାସୀ। ଚଳିତ ବର୍ଷ ବନ୍ୟା ଦେଇଛି ଦୁଃଖ ଦୁର୍ଦ୍ଦଶା। ଆମେ କହୁଛୁ ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଯାଜପୁର ଜିଲ୍ଲାର କଥା ଯାହାକି ବଡ଼ଚଣା ବ୍ଲକ ମଧ୍ୟ ସିଧା ବନ୍ୟା ରେ ପ୍ରଭାବିତ ହୋଇଛି। ଏହି ଦୃଶ୍ୟ ହେଉଛି ମଝିପଡ଼ା ଗ୍ରାମପଞ୍ଚାୟତ ର ଯାହାକି ବନ୍ୟା ପାଣି ଛାଡ଼ିବା ଆଜକୁ ଏକ ସପ୍ତାହ ରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପ୍ରଭାବିତ ଲୋକଙ୍କୁ ମିଳିନି କୌଣସି ସରକାରୀ ସାହାୟତା। ଯାହାକି ସାଧାରଣ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଏବେବି ଖୋଲା ଆକାଶ ତଳେ ଜୀଵନ କାଟୁଛନ୍ତି ଅନେକ ପରିବାର। ଯାହାକି ଏବେ ସମ୍ପୃଣ ବିପଦ ପୂର୍ଣ୍ଣ ଅଟେ। କିଏ ଛାତ ଉପରେ ତ କିଏ ଖୋଲା ଆକାଶ ତଳେ। ବାସହରା ହୋଇ ଜୀଵନ ଅତିବାହିତ କରୁଛନ୍ତି ଅନେକ ପରିବାର।
 ବଡ଼ଚଣା ବ୍ଲକ ଅଞ୍ଚଳର ଅନେକ ଗ୍ରାମପଞ୍ଚାୟତ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ। ଚାଷୀ ମାନଙ୍କ ଫସଲ ଉଜୁଡ଼ି ଯାଇଛି। ଅନେକ ପରିବାରର ମଧ୍ୟ କୁଳ ବେଉଷା ଭାସି ଯାଇଛି। ଅନେକ ମାଟି ଘର ବନ୍ୟା ପାଣିରେ ଧୋଇ ଯାଇଥିବା ବେଳେ। କିଛି ଲୋକଙ୍କ ଜୀଵନ ମଧ୍ୟ ଚାଲିଯାଇଛି। ଏଭଳି ସ୍ଥିତିରେ ବନ୍ୟା ପ୍ରଭାବିତ ପରିବାର ପାଖରେ ପହଞ୍ଚିଲା ନାହିଁ ସ୍ଥାନୀୟ ପ୍ରଶାସନ ଓ ବିଧାୟକ। ଏହି ଭଳି ବିପଦ ସମୟରେ  ମଝିପଡା ପଞ୍ଚାୟତର ସରପଞ୍ଚଙ୍କ ହୀନ ରାଜନୀତିକୁ ନିନ୍ଦା କରିଛନ୍ତି ପଞ୍ଚାୟତ ବାସୀ ।। କାରଣ  ପକୃତ ହିତାଧୀକାରୀକୁ ପାଲ ନ ଦେଇ ଦଳୀୟ ହିସାବରେ ପାଲ ଦେବା ଏବଂ ଏଗାର ନମ୍ବର ୱାଡକୁ ଗୋରୁଦାନା ନ ଦେବା ବଡ ପଶ୍ଚାତାପର ବିଷୟ  । ଏଭଳି ଅଭିଯୋଗ ପରେ ଆମେ ସ୍ଥାନୀୟ ବ୍ଲକ ପ୍ରଶାସନ ର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନ ଥିଲା । ମଝିପଡା ଓ ବନମାଳିପୁର ଗ୍ରାମର ଦୁଃଖ କିଏ କେବେ ବୁଝୁଛି ତାହା ଦେଖିବାକୁ ବାକି ରହିଲା ।
ଅଭିଯୋଗରେ କାରୀ
– ଘନଶ୍ୟାମ ବଳ
-କୁମାର ରଞ୍ଜନ ବଳ
-ସୁବୋଧ ବଳ
ବନମାଳି ସେଠୀ
-ନଗେନ୍ଦ୍ର ଶତପଥୀ

Related Posts

About The Author

Add Comment