ଯୋଡ଼ା୧୩/୦୧ :କେନ୍ଦୁଝର ଜିଲ୍ଲାର ଯୋଡା ଖଣି ମଣ୍ଡଳ ଏକ ଖଣିଜ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳରେ ଅନେକ ସଂଖ୍ୟାରେ ଗାଡିଘୋଡା ଚଳାଚଳ କରିଥାଏ | ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ ଗୁଡିକ ଅନେକ ସମୟରେ ରାଜରାସ୍ତାକୁ ଲାଗି ପାର୍କିଂ ସ୍ଥଳ ଭାବେ ବ୍ୟବହାର କରୁଥିବା ଯୋଗୁ ରାସ୍ତା ଉପରେ ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେଉଥିବାର ପୁର୍ବରୁ ଅନେକ ନଜିର ରହିଛି ,| ତେଵେ ଆଜି ଶୁକ୍ରବାର ସେହିଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ବଡ଼ବିଲ ଯୋଡା ମୁଖ୍ୟରାସ୍ତା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ମହାବିଦ୍ୟାଳୟ ନିକଟରେ |, ବଡ଼ବିଲ ପଟୁ ଆସୁଥିବା ଏକ କ୍ୟାମ୍ପର ରାସ୍ତା କୋଡ଼ ରେ ବହୁ ଦିନ ହେବ ଛିଡା ହୋଇ ରହିଥିବା ଏକ ଅଜଣା ହାଇୱା ପଛରେ କେମ୍ପାର ଟି ପିଟି ହୋଇଥିବା ଦେଖିବାକୁ ମିଳିଛି, | କେମ୍ପାର ଟିର ସାମ୍ନା ଭାଗ ଦୁର୍ଘଟଣା ରେ ସମ୍ପୂର୍ଣ ନଷ୍ଟ ହୋଇ ଯାଇ ଥିବା ବେଳେ ଅଳ୍ପକେ ଡ୍ରାଇଭର ଜଣକ ମୃତ୍ୟୁ ମୁଖ ରୁ ବଞ୍ଚି ଯାଇଥିବା ଜଣା ପଡିଛି | କେମ୍ପାର ଡ୍ରାଇଭର ଜଣକୁ ଗଭୀର ଆଘାତ ଲାଗିଥିବା ଜଣା ପଡିଛି | ତେଵେ ଉପସ୍ଥିତ ଲୋକେ ୧୦୮ଆମ୍ବୁଲାନ୍ସ କୁ ଖବର ଦେବାରୁ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଦୁର୍ଘଟଣା ରେ ଆହତ ଡ୍ରାଇଭର କୁ ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ଜଣା ପଡିଛି | ଘଟଣା ସ୍ଥଳରେ ବଡ଼ବିଲ ପୋଲିସ ପହଞ୍ଚି ତଦନ୍ତ ଚଳାଇ ଥିବା ବେଳେ , ତେଵେ ବଡ଼ବିଲ ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି କି ସେହି ସ୍ଥାନର ରାସ୍ତା କୋ ଡରେ ଦୀର୍ଘ ଦିନରୁ ଏକ ହାଇୱା ଛିଡା ହୋଇ ରହିଥିବାରୁ ରାସ୍ତା ର ଅର୍ଧେକ ଭାଗ ଅବରୋଧ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଅଞ୍ଚଳ ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି,| ଅନେକ ସମୟରେ ଡ୍ରାଇଭର ମାନେ ରାଜରାସ୍ତାକୁ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ସବୁ ଦେଖି ଚୁପ ରହୁଥିବା ଜଣା ପଡିଛି |
ବଡ଼ବିଲ ର ରାଜରାସ୍ତା ରେ ଅବୈଧ ପାର୍କିଂ ଯୋଗୁ ବଢ଼ୁଛି ଦୁର୍ଘଟଣା ସ୍ଥାନୀୟ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା
|
January 13, 2023 |