ବଡ଼ଚଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବଡ଼ଚଣା ଥାନା ଅଧିକାରୀ, ସବ -ରେଜିଷ୍ଟାର ଅଧିକାରୀ, ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଟ୍ରାଫିକ ଥାନା ଅଧିକାରୀ ନାହାନ୍ତି
ଚଣ୍ଡିଖୋଲ,୦୨,୦୧(ସନ୍ଧାନ ନିଉଜ)-ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ହେଉଛି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ.ବିଭିନ୍ନ ପଂଚାୟତରେ ହେଉଥିବା ବିକାଶ ମୂଳକ କାର୍ଯ୍ୟରେ ବ୍ଲକ ପ୍ରଶାସନର ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଅଛି.ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସ୍ୱଛତା ତଥା ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାର ସଠିକ ରୂପାୟନରେ ମଧ୍ୟ ବ୍ଲକ ପ୍ରଶାସନର ଏକ ପ୍ରମୁଖ ଭୂମିକା ରହିଅଛି ମାତ୍ର ଏବେ ବଡ଼ଚଣା ବ୍ଲକରେ ଦୀର୍ଘ ଦିନ ହେବ ବ୍ଲକ ଉନ୍ନୟନ ଅଧିକାରୀ ନଥିବାରୁ ପ୍ରଶାସନିକ ସେବା ବାଧାପ୍ରାପ୍ତ ହେଉଥିବାର ଅଭିଯୋଗ ହେଉଅଛି.ଏଠାରେ ଥିବା ବିଡ଼ିଓ ଅଜିତ ପ୍ରସାଦ ନାରାୟଣ ଗିରିଙ୍କୁ ରାଜ୍ୟ ସରକାର ଚିଠି ନ ୩୫୯୯୧ ତାରିଖ .୨୧.୧୦.୨୨ରେ ବଦଳି କରିଥିଲେ ଓ ତାଙ୍କ ସ୍ଥାନରେ ଧର୍ମଶାଳାର ବିଡିଓ ଦେବେନ୍ଦ୍ର ବଳଙ୍କୁ ଜିଲ୍ଲା ପ୍ରଶାସସନର ଚିଠି ନ ୫୨୮୭ ତାରିଖ ୧୬.୧୧.୨୦୨୨ରେ ଅତିରିକ୍ତ ଦାଇତ୍ୱ ଦେଇଥିଲେ ପୁନଶ୍ଚ ଚିଠି ନ ୨୫୭୧୩ରେ ତାରିଖ ୨୭.୧୨.୨୦୨୨ ରେ ରାଜ୍ୟସରକାର ରାଜନଗର ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ବଦଳି କରି ବଡ଼ଚଣା ବିଡ଼ିଓ ଭାବେ ଦାଇତ୍ୱ ନେବାକୁ ନିର୍ଦେଶ ଦେଇଥିଲେ ମାତ୍ର ସେ ଆଜି ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦାନ କଲେ ନାହିଁ ଫଳରେ ବହୁ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ସବୁ ବାଧା ପାଉଥିବାର ସାଧାରଣରେ ଅଭିଯୋଗ ହେଉଅଛି.ସେହିପରି ବଡ଼ଚଣା ସବରେଜିଷ୍ଟ୍ରି କାର୍ଯ୍ୟାଳୟରେ ଦିର୍ଘଦିନରୁ ସବରେଜିଷ୍ଟ୍ରିର ଅଧିକାରୀ ନଥିବାରୁ ଦର୍ପଣ ତହସିଲର ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ ଉଭୟ ସବରେଜିଷ୍ଟ୍ରିର ଓ ଅତିରିକ୍ତ ତହସିଲଦାର ଦାଇତ୍ୱ ନିଭାଉଛନ୍ତି.ସେହିପରି ଏକ ବିବାଦୀୟ ଘଟଣାରେ ବଡ଼ଚଣା ଥାନା ଅଧିକାରୀ ସୁଶୀଲ କୁମାର ନାୟକଙ୍କୁ ନୂତନ କରି ଯୋଗଦାନ କରିଥିବା ଜିଲ୍ଲା ଆରକ୍ଷୀ ଅଧିକାରୀ ବଦଳି କରିଥିବା ବେଳେ ତାଙ୍କ ସ୍ଥାନରେ ସବଇନ୍ସପେକ୍ଟର ସୁରଜଙ୍କୁ ଦାଇତ୍ୱ ଦେଇଛନ୍ତି.ଜିଲ୍ଲାର ଏକ ମାତ୍ର ଟ୍ରାଫିକ ଥାନା ଚଣ୍ଡିଖୋଲରେ ଥାନା ଅଧିକାରୀ ଥିବା ହୃଦାନନ୍ଦ ବେହେରାଙ୍କୁ ରାଜ୍ୟ ସରକାର ତାଲିମ ପାଇଁ ପଠାଇ ଦେବାରୁ ଆଜି ପର୍ଯ୍ୟନ୍ତ ଏହି ପଦବୀଟି ଖାଲି ପଡିଛି ଫଳରେ ଏକ ବ୍ୟସ୍ତ ବହୁଳ ଟ୍ରାଫିକ ଛକ ଚଣ୍ଡିଖୋଲରେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି.ଜାତୀୟ ରାଜପଥ କଡରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ରଶ୍ମି ରଞ୍ଜନ ପଶାୟତ ଟ୍ରେନିଂରେ ଯାଇଥିବାରୁ ଏହି ପଦବୀଟି ଏବେ କାହାଳି ପଡିଛି ଓ ଅନ୍ୟ ଜଣେ ଡାକ୍ତରଙ୍କୁ ଅତିରିକ୍ତ ଦାଇତ୍ୱ ଦିଆଯାଇଛି. ଏତେ ସବୁ ଗୁରୁତ୍ୱ ପଦବୀଗୁଡ଼ିକ ଖାଲି ପଡ଼ିଥିବାରୁ ପ୍ରଶାସନିକ କ୍ଷେତ୍ରରେ ଏହାର ପ୍ରଭାବ ପଡୁଛି ଓ ସାଧାରଣ ଲୋକମାନେ ନାହିଁନଥିବା ଦୁର୍ଦଶା ଭୋଗୁଛନ୍ତି.ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି.