ବଡଚଣା ଭାଜପା ମଣ୍ଡଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ

Spread the love

ବଡ଼ଚଣା, ୦୬/୦୪ (ସନ୍ଧାନ ନ୍ୟୁଜ୍)ଭାରତୀୟ ଜନତା ପାର୍ଟିର ୪୬ତମ ପ୍ରତିଷ୍ଠା ଦିବସ ସମଗ୍ର ଦେଶରେ ପାଳିତ ହୋଇଯାଇଛି।ଏହି ଅବସରରେ ବଡଚଣା ନିର୍ବାଚନ ମଣ୍ଡଳୀର ୫ଗୋଟି ମଣ୍ଡଳରେ ପାଳିତ ହୋଇଥିଲା।ଚଣ୍ଡିଖୋଲ ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ବଡଚଣା ମଣ୍ଡଳ ପକ୍ଷରୁ ପାଳିତ ପ୍ରତିଷ୍ଠା ଦିସରେ ବିଧାୟକ ଅମର କୁମାର ନାୟକ ଯୋଗ ଦେଇ ଭାଜପା ଏକ ବୃହତ ଗଣତାନ୍ତ୍ରୀକ ରାଜନୈତିକ ପାର୍ଟି, ଆମେ ଏହି ପାର୍ଟିର କାର୍ଯ୍ୟକର୍ତ୍ତା ହୋଇଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଅଛୁ। କାଶ୍ମିର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଅନେକ ରାଜ୍ୟ ସହ କେନ୍ଦ୍ରରେ କମଲ ଫୁଟିଛି। ମାନନୀୟ ଯସସ୍ୱି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଆଜି ବିଶ୍ୱ ଗୁରୁ ଭାବେ ପରିଗଣିତ କରିପାରିଛି ବୋଲି କହିଥିଲେ।ମଣ୍ଡଳ ପ୍ରତିନିଧି ଲଲାଟେଣ୍ଡୁ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସଭାପତି ଦେବଜାନୀ ପ୍ରଧାନ, ସମ୍ପାଦକ ପ୍ରମୋଦ ଜେନା, ଅବସରପ୍ରାପ୍ତ ପ୍ରଧ୍ୟାପକ ପଦ୍ମୋଲୋଚନ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଅଜୟ ଜେନା, ସୁଙ୍ଗୁଡା ପଂଚାୟତ ସରପଂଚ ଅଞୁଲତା ସ୍ୱାଇଁ,ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରୀତମ ନାୟକ ଓ ମହିଳା ମୋର୍ଚ୍ଚା ସଭାପତି କବିତା ମହାନ୍ତି ଯୋଗଦେଇ ପ୍ରତିଷ୍ଠା ଦିବସ ଅବସରରେ ଅଭିମତ ରଖିଥିଲେ।ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ମଣ୍ଡଳ ଅଧିନ ଆଠ ଗୋଟି ପଂଚାୟତ ପ୍ରମୂଖ ପ୍ରଶାନ୍ତ ଦାଶ,ଗୌତମ ମୂଖି, ବିଜୟ ଦାଶ, ପ୍ରମୋଦ ପଲାଇ,ନିରଞନ ସାମଲ,ଏବଂ ଗାୟତ୍ରୀ ରାଉତ,ଶ୍ରୀକାନ୍ତ ବେହେରା,ପ୍ରକାଶ ସାହୁ,ସୁଜିତ ଜେନାଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Related Posts

About The Author

Add Comment