ଚଣ୍ଡିଖୋଲ,୮ ।୮ (ସନ୍ଧାନ ନିୟୁଜ/ମାନସ ରାଉତ): ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସମସ୍ତ ମହିଳା ମାନଙ୍କୁ ସ୍ୱଂୟ ସହାୟକ ଗୋଷ୍ଠୀରେ ଅନ୍ତଭୁକ୍ତ କରିବା ପାଇଁ ଯୋଜନା କରିଛନ୍ତି । ପ୍ରତ୍ୟକ ଅଙ୍ଗନୱାଡି କର୍ମୀ ମାନଙ୍କ ଜରିଆରେ ଏହି ସଂୟ ସହାୟକ ଗୋଷ୍ଠୀ ଗଠନ କରାଯାଇ ସେମାନଙ୍କୁ ଆତ୍ମନିର୍ମରଶୀଳ କରିବା ପାଇଁ ପ୍ରାରମ୍ଭିକ ପ୍ରର୍ଯ୍ୟୟରେ ତାଲିମ ପ୍ରଦାନର ବ୍ୟବସ୍ଥା କରିଛନ୍ତି । ଏହି ତାଲିମ ପ୍ରଦାନ ପାଇ ପୂର୍ବରୁ ଅଙ୍ଗନୱାଡି କର୍ମୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଅଛି । ସେମାନେ ତାଙ୍କ ଅଧିନରେ ରହିଥିବା ଗ୍ରାମମାନଙ୍କରେ ଏଭଳି ନୂତନ ସଂୟ ସହାୟକ ଗୋଷ୍ଠୀ ଗଠନ କରି ସେମାନଙ୍କୁ ଆତ୍ୱନିର୍ଭରଶୀଳ କରିବା ପାଇଁ ତାଲିମ ଦେବେ । ଏହି ଗୋଷ୍ଠୀରେ ରହିଥିବା ପ୍ରତ୍ୟକ ମହିଳା ପାଇଁ ୧୦୦ଟଙ୍କା ସରକାରଙ୍କ ତରଫରୁ ଖର୍ଚ୍ଚ ବାବାଦରେ ପ୍ରଦାନ କରାଯାଇଛି । ଏହି ଟଙ୍କାରୁ ଅଙ୍ଗନୱାର୍ଡି କର୍ମୀ ମାନେ ଗୋଷ୍ଠୀଭୁକ୍ତ ମହିଳା ମାନଙ୍କୁ ତାଲିମ ଦେବା ସହ ସେମାନଙ୍କୁ ତାଲିମ ସରଞ୍ଜମ ସହ ଜଳପାନ ବାବଦରେ ଖର୍ଚ୍ଚ କରିବାର ନିଦେ୍ର୍ଦଶ ରହିଛି । ତେବେ ପରିତାପର ବିଷୟ ବଡଚଣା ବ୍ଲକରେ ଏହି ତାଲିମ ଦେବା ନାମରେ ଏହି ଅର୍ଥ ବ୍ୟପକ ହରିଲୁଟ୍ ହୋଇଥିବା ଜଣାପଡିଛି । ସୂଚନା ଥାଉକି ବଡଚଣା ବ୍ଲକ ଅଂଚଳରେ ୨ଟି ସମ୍ମନ୍ୱିତ ଶିଶୁବିକାଶ ଅଧିକାରୀ କାର୍ଯ୍ୟଳୟ ରହିଅଛି । ଗୋଟିଏ ବଡଚଣା୧ ବଡଚଣା ଠାରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟଟି ବଡଚଣା ୨ନାମରେ ବାଲିଚନ୍ଦ୍ରପୁର ଠାରେ କାର୍ଯ୍ୟ କରୁଅଛି । ବଡଚଣା୧ ଅଧିନରେ ୯୩୫ଟି ପୁରୁଣା ସଂୟ ସହାୟକ ଗୋଷ୍ଠୀ ଥିବା ବେଳେ ୮୩୦ଟି ନୂତନ ଗୋଷ୍ଠୀ ଗଠନ କରାଯାଇଛି । ସେହିପରି ବଡଚଣା ୨ଅଧିନରେ ୫୯୨ପୁରୁଣା ଗୋଷ୍ଠୀ ଥିବା ବେଳେ ନୂତନ ଭାବରେ ୭୪୦ଟି ଗୋଷ୍ଠୀ ଗଠନ କରାଯାଇଛି । ସୂଚନା ଅନୁଯାୟୀ ବଡଚଣା ୧ରେ ନୂତନ ଭାବେ ଗଠନ ହୋଇଥିବା ୮୩୦ଟି ଗୋଷ୍ଠୀ ଅଧିନରେ ୮୩୦୦ରୁ ଉର୍ଦ୍ଧ ମହିଳା ସଭ୍ୟାଭୁକ୍ତ ହୋଇଛନ୍ତି । ପ୍ରତ୍ୟକଙ୍କୁ ୧୦୦ଟଙ୍କା ହିସାବାରେ ମୋଟ ୮ଲକ୍ଷ୩୦ହଜାର ଟଙ୍କା ପ୍ରଶିକ୍ଷଣ ପାଇଁ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଅଛି । ସେହିପରି ବଡଚଣା ୨ଅଧିନରେ ନୂତନ ଭାବେ ଗଠିତ ହୋଇଥିବା ୭୪୦ଟି ଗୋଷ୍ଠୀରେ ୭୪୦୦ରୁ ଉର୍ଦ୍ଧ ସଭ୍ୟା ଅନ୍ତଭୁକ୍ତ ହୋଇଛନ୍ତି । ସେମାନଙ୍କ ପାଇଁ ମଧ୍ୟ ୭ଲକ୍ଷ୪୦ହଜାର ଟଙ୍କା ସରକାରଙ୍କ ପକ୍ଷରୁ ଦିଆଯାଇଛି । ତେବେ ପ୍ରଶିକ୍ଷଣ ପାଇଁ ଅସିଥିବା ଅର୍ଥରୁ ୭୦ଭାଗ ଅର୍ଥ ଅଙ୍ଗନୱାର୍ଡି କର୍ମୀ ଓ ବିଭାଗୀୟ କର୍ମକର୍ତ୍ତା ମିଳିମିଶି ହଡପ କରିଥିବା ନେଇ ଅଭିଯୋଗ ହୋଇଛି । ଆସିଥିବା ଅର୍ଥରେ ୮ଟଙ୍କିଆ ଫାଇଲ, ୨ଟଙ୍କାର କଲମ, ୩ଟଙ୍କାର ଖାତା ସହ ୧୫ଟଙ୍କାର ଜଳଖିଆ ପ୍ୟାକେଟ ଦେଇ ଏହାକୁ ୧୦୦ଟଙ୍କା ବିଲ କରି ଅଭିନବ ଉପାୟରେ ଅର୍ଥ ହଡପ ହୋଇଥିବା ଅଭିଯୋଗ ହୋଇଛି । ଏଠାରେ ପ୍ରକାଶ ଥାଉକି ନୂତନ ଗୋଷ୍ଠୀ ଗଠନ କରିବା ପାଇଁ ପ୍ରତ୍ୟକ ଅଙ୍ଗନୱାର୍ଡି କର୍ମୀଙ୍କୁ ୫ଶହ ଟଙ୍କା ପ୍ରୋସôାହନ ରାଶି ମିଳୁଥିଲେ ମଧ୍ୟ ସେମାନେ ଏହି ଅର୍ଥକୁ ନେବା ସାଙ୍ଗରେ ପ୍ରଶିକ୍ଷଣ ଅର୍ଥରୁ ଅଗ୍ରଭାଗ ହରିଲୁଟ କରୁଥିବା ଜଣାଯାଇଛି । ଯଦି ସମସ୍ତ ଖର୍ଚ୍ଚକୁ ହିସାବକୁ ନିଆଯାଏ ବଡଚଣା ବ୍ଲକରେ କେବଳ ୧ଘଂଟିଆ ତାଲିମ ଦେବାରେ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ହରିଲୁଟ କରାଯାଇଛି । ଏଥିନେଇ ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ପାଇଁ ସାଧରଣରେ ଦାବି ହେଉଛି ।