ବଡଚଣା,୨/୭ (ସନ୍ଧାନ ନିୟୁଜ/ମାନସ ରାଉତ): ବଡଚଣା ବ୍ଳକ ଅନ୍ତର୍ଗତ କାଇମାଟିଆ ପଞ୍ଚାୟତର ସ୍ୱପ୍ନେଶ୍ୱର ମହାଦେବଙ୍କ ପୀଠରେ ବଡଚଣା କଂଗ୍ରେସର ଜୋନସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପିସିସିର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବି ବିଶ୍ୱାଳଙ୍କ ନିଦେ୍ର୍ଧଶ କ୍ରମେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ସମସ୍ତ ଜୋନରେ କଂଗ୍ରେସ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବା ପାଇଁ ୧୩ଜଣିଆ କମିଟି ପିସିସି ଅନୁମୋଦନ କରିଛି । ଏହି କମିଟିରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର,ପିସିସି ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତି,ପୂର୍ବତନ ଜିଲାପରିଷଦ ସଭ୍ୟ ଅଜୟ ସାମଲ,ଯୁବ କଂଗ୍ରେସ ସଭାପତି ବିଶ୍ୱପ୍ରକାଶ ସାମଲ,ଜିଲା ଓବିସି ସଭାପତି ସଂଜୟ ରାୟ,ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରତିକାନ୍ତ ପ୍ରଧାନ,ପୂର୍ବତନ ଜିଲାପରିଷଦ ସଭ୍ୟ ମାନଭଂଜନ ରାଉତରାୟ,ପୂର୍ବତନ ସମିତିସଭ୍ୟ ସୁରେଶ ସାହାଣୀ,ପୂର୍ବତନ ସରପଞ୍ଚ ନୀଳକଣ୍ଠ ମିଶ୍ର,ଅକ୍ଷୟ ସ୍ୱାଇଁ,ଅମୂଲ୍ୟ ଦାସ ଓ ଜିଲା କିଷାନ ସଭାପତି ଖଗେଶ୍ୱର ଜେନାଙ୍କୁ ପିସିସି ଦାୟୀତ୍ୱ ହସ୍ତାନ୍ତର କରିଛି । କମିଟି ନିର୍ବାଚନମଣ୍ଡଳୀର ସମସ୍ତ ଜୋନରେ ସଭାମାନ କରି କଂଗ୍ରେସ କର୍ମୀ ମାନଙ୍କୁ ଏକତ୍ରୀତ କରିବା ସହ ଆଗାମୀ ନିର୍ବାଚନରେ କଂଗ୍ରେସକୁ କ୍ଷମତା ଆଣିବା ପାଇଁ ପିସିସି ଆହ୍ୱାନ ଦେଇଛି । ସୋମବାର କାଇମାଟିଆ ମନ୍ଦିର ପ୍ରାଙ୍ଗଣରେ ୧୬ନମ୍ବର ଜୋନସ୍ତରୀୟ ବୈଠକ ବ୍ଲକ ସଭାପତି ଫକୀର ମୋହନ ବଳଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲା ଯୁବ କଂଗ୍ରେସର ସାଧାରଣ ସଂପାଦକ ଚର୍ଚିତ ମାହାଲା,ବିଭୁନୀ ସୁବୁଦ୍ଧି,ପ୍ରଦିପ୍ତ ମହାନ୍ତି,ଅଶୋକ ସାମଲ,ପ୍ରବୀର ବଳଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ଦିର୍ଘଦିନର ବ୍ୟବଧାନ ପରେ ବଡଚଣା କଂଗ୍ରେସର ଗୋଟିଏ ପାଲରେ ସମସ୍ତ ହେବିୱେଟ ନେତା ଏକତ୍ରୀତ ହେବା ବଡଚଣା କଂଗ୍ରେସ ପାଇଁ ଶୁଭ ସଂକେତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଯଦି ଏହି ହେବିୱେଟ ନେତା ମାନେ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଗୋଟିଏ ପାଲରେ ବସିରହନ୍ତି ତେବେ ନିର୍ବାଚନରେ କଂଗ୍ରେସ ଆଶଜନକ ଫଳ କରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।
ବଡଚଣା କଂଗ୍ରେସର ଜୋନସ୍ତରୀୟ ବୈଠକ: ଗୋଟିଏ ମଂଚରେ ସୀତାକାନ୍ତ ଓ ଶୁଭେନ୍ଦୁ
|
July 2, 2018 |