ଯାଜପୁର,୨୪.୬(ସଂନ୍ଧାନ ନିଉଜ):-ଦିନକୁ ଦିନ ବଡଚଣା ଥାନା ଅଞ୍ଚଳରେ ଅଭିନବ ଉପାୟରେ ଦିନ ଦ୍ୱିପ୍ରହରରେ ଲୁଟ ହେଉଛି । ଲୁଟ ହେବା ଜାଣିବା ମାତ୍ରେ ଲୁଟେରା ଆଖି ପିଛୁଳାକେ ଚମ୍ପଟ ମାରୁଛନ୍ତି । ଗାଡି ନମ୍ବର ଜାଣିବା ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ବଡକଷ୍ଟ ହୋଇପଡୁଛି । ଶୁକ୍ରବାର ସଂନ୍ଧ୍ୟାରେ ଚଣ୍ଡିଖୋଲ କୋର୍ଟ ସମ୍ମୁଖରୁ ଶୁଭଦ୍ରାପୁର ଗ୍ରାମର ଛାତ୍ର ରାଜେସ ପାତ୍ର ତାଙ୍କ ଭାଇ ସହିତ ନିଜ ଘରକୁ ଫେରୁଥିବା ବେଳେ ଏକ କଳା ପଲସର ଗାଡିରେ ଦୁଇଜଣ ଲୁଟେରା ହଠାତ ରାଜେସ ଧରିଥିବା ମୋବାଇଲ ଛଡାଇ ନେଇଥିଲେ । ପରେ ରାଜେସଙ୍କ ପକ୍ଷରୁ ଚଣ୍ଡିଖୋଲ ଫାଣ୍ଡିରେ ଅଭିଯୋଗ କରାଯାଇଛି । ଏହି ଥାନା ଅଧିନସ୍ଥ ବାଉଁଶପୁଟ ନଟିଆ ଗେଟ ରାସ୍ତାରେ ଯୁବ ବ୍ୟବସାୟୀ ପ୍ରକାଶ ପରମାଣିକ ସଂନ୍ଧ୍ୟା ସମୟରେ ଫୋନରେ କଥା ହେଉଥିବା ବେଳେ ସେହି ସମାନ ଢଙ୍ଗରେ ଦୁଇଜଣ ଲୁଟେରା ମୋବାଇଲକୁ ଛଡାଇ ନେବାରେ ବିଫଳ ହୋଇ ରାସ୍ତାତଳେ ଖସିପଡି ଚମ୍ପଟ ମାରିଥିଲେ । କିଛିଦିନ ତଳେ ୧୬ନମ୍ବର ଜାତୀୟ ରାଜପଥ ବଡଚଣା ଥାନା କଡେଇ ଛକରେ ଜନୈକ ଛାତ୍ରଙ୍କ ମୋବାଇଲ ଲୁଟନେଇ ଥାନାରେ ଅଭିଯୋଗ ହୋଇଥିଲା । ଏଇଭଳି ଲୁଟ ବାରମ୍ବାର ଘଟୁଥିଲେ ମଧ୍ୟ ଲୁଟ କିମ୍ବା ଲୁଟେରାଙ୍କ ଟେର୍ ପୁଲିସ ପାଉନଥିବା ଦେଖାଯାଇଛି ।
ବଡଚଣାରେ ମୋବାଇଲ ଲୁଟେରାଙ୍କ ଆତଙ୍କ
|
June 24, 2018 |
