ବଡଚଣାରେ କଂଗ୍ରେସ ଦଳକୁ ସଜାଡୁଛନ୍ତି ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର

Spread the love
  • 1
    Share

ବଡଚଣା, ୨୩/୬(ସନ୍ଧାନ ନିୟୁଜ/ମାନସ ରାଉତ)-ଏକଦା ୮୦ ଦଶକରେ କଂଗ୍ରେସର ଗଡ ହିସାବରେ ଯାଜପୁର ଜିଲାର ବଡଚଣା ନିର୍ବାଚନ ମଣ୍ଡଳି ପରିଗଣିତ ଥିଲା । ଏହି ନିର୍ବାଚନ ମଣ୍ଡଳିରୁ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ, ଧନଞ୍ଜୟ ଲେଙ୍କା, ମାନଗୋବିନ୍ଦ ସାମଲ, ଡ.ଜଗନ୍ନାଥ ଦାଶ ଓ ଦୁଃଶାସନ ଜେନା ପ୍ରମୁଖ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୦, ୧୯୮୫ ଓ ୨୦୦୪ ମସିହା ନିର୍ବାଚନରେ ସୀତାକାନ୍ତ ମହାପାତ୍ର ବିଜୟ ଲାଭ କରି ୧୯୮୯ ମସିହାରେ ସ୍ୱାସ୍ଥ୍ୟମନ୍ତ୍ରୀ ହିସାବରେ ଦାୟିତ୍ୱ ବହନ କରିଥିଲେ । ସୀତାକାନ୍ତ ବାବୁଙ୍କ ବିଧାୟକ ସମୟରେ ନିର୍ବାଚନ ମଣ୍ଡଳିରେ ୧୦ଟି ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିଥିଲେ । ତାଙ୍କ ସମୟରେ ଆଂଚଳିକ ପରିବହନ କେନ୍ଦ୍ର, ଦମକଳ କେନ୍ଦ୍ର, ବନ୍ଦାଳୋ-ଏଣ୍ଡରପଦା ରାସ୍ତା, ୫ନଂ(କ) ଜାତୀୟ ରାଜପଥ ଠାରୁ ଉଦୟଗିରି, ରତ୍ନଗିରି ପର୍ଯ୍ୟନ୍ତ ରାସ୍ତା, ବଡଗେଙ୍ଗୁଟି ସେତୁ ନିର୍ମାଣ, କ୍ଷୁଦ୍ର ଓ ଉଠା ଜଳସେଚନ କାର୍ଯ୍ୟକୁ ସେ ବଡଚଣାରେ ଆଗେଇ ନେଇଥିଲେ । ତତ ସହିତ ବିରୂପା ଗେଙ୍ଗୁଟି ଦ୍ୱାୀପାଂଚଳ ନଦୀବନ୍ଧ ଯୋଜନା ଦ୍ୱାରା ଅରଖପୁର, ଅଣକା, ସଇକା, ଭାକୁଡ, ମଝିପଡା ପ୍ରଭୁତି ପଂଚାୟତକୁ ବନ୍ୟାରକ୍ଷା ଓ ଚାଷପାଇଁ ଜଳସେଚନର ସୁବିଧା କରାଇଥିଲେ । ଗତ ବିଧାନସଭା ନିାର୍ବଚନରେ ସେ ତାଙ୍କ ପୁତ୍ର ରାଜାନରାୟଣ ମହାପାତ୍ର ଦଳୀୟ ଟିକଟରୁ ବଂଚିତ ହେବାରୁ ସ୍ୱାଧିନ ଭାବେ ନିର୍ବାଚନ ଲଢି ପରାଜୟ ବରଣ କରିଥିଲେ । କଂଗ୍ରେସରୁ ଟିକେଟ ପାଇଥିବା ଜନ୍ମେଜୟ ଲେଙ୍କା ମଧ୍ୟ ପରାଜୟ ବରଣ କରିଥିଲେ । ନିାର୍ବଚନ ପରେ ବଡଚଣାରେ କଂଗ୍ରେସର ମଙ୍ଗ ଧରିଥିଲେ ଜନ୍ମେଜୟ ଲେଙ୍କା । ଲେଙ୍କାଙ୍କ ନେତୃତ୍ୱରେ ବ୍ଳକ କଂଗ୍ରେସ କମିଟି ଗଠନ ହୋଇ ବିଭିନ୍ ପ୍ରକାର ଦଳୀୟ କାର୍ଯ୍ୟକ୍ରମ ଚାଲୁ ରହିଥିଲା ।

ଚଳିତ ତ୍ରିସ୍ତରୀୟ ପଂଚାୟତ ନିାର୍ବଚନରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଯୋଗୁ ବହୁ ପଂଚାୟତରେ କଂଗ୍ରେସ କର୍ମୀମାନେ ପରାସ୍ତ ହୋଇଥିଲେ । ଉଭୟ ଜିଲା ପରିଷଦ ଓ ପଂଚାୟତ ନିାର୍ବଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଜନଦମେଜୟ ଲେଙ୍କାଙ୍କୁ ବଡଚଣାରେ କଂଗ୍ରେସ କର୍ମୀମାନେ ସେତେଟା ଦେଖିବାକୁ ପାଉ ନଥିଲେ । କାଁ ଭାଁ ଗୋଟିଏ ଦୁଇଟି କାର୍ଯ୍ୟକ୍ରମରେ ଲେଙ୍କାଙ୍କ ସହ ରାଜ୍ୟର କିଛି କଂଗ୍ରେସ ନେତାମାନଙ୍କୁ ଦେଖିବାକୁନ ମିଳିଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କଲାପରେ ବଡଚଣାରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉସôାହ ଦେଖାଦେଇଥିଲା । ଇତି ମଧ୍ୟରେ କଂଗ୍ରେସ ଦଳରୁ ଶ୍ରୀ ଲେଙ୍କା ନିଜର ଇସ୍ତଫା ପତ୍ରପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଶ୍ରୀ ଲେଙ୍କା ଇସ୍ତଫା ଦେବା ଫଳରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏକପ୍ରକାର ନୈରାଶ୍ୟଭାବ ଦେଖାଦେଇଛି । ଆସନ୍ତା ବିଦାନସଭା ନିର୍ବାଚନରେ କଂଗ୍ରସ କର୍ମୀ ମାନେ କିପରି ସଂଗଠିତ ହୋଇ ଶାସକ ଦଳ ବିରୁଦ୍ଧରେ ଲଢିବେ ସେଥିଲାଗି କର୍ମୀମାନଙ୍କ ମଧ୍ୟରେ ଭାଳେଣି ପଡି ଗଲାଣି । ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟତମ ଥିବା ସୀତାକାନ୍ତ ମହାପାତ୍ର କିଛିଦିନ ତଳେ ୨୦ନଂ ଜୋନର ରଇପୁର ପଂଚାୟତରେ କଂଗ୍ରେସ କର୍ମୀମାନଙ୍କ ବୈଠକରେ ଯୋଗ ଦେଇ ଦଳକୁ କିପରି ସଂଗଠିତ କରାଯିବ ସେ ନେଇ କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ । ଆସନ୍ତା ୨୫ ତାରିଖ ସୋମବାର ୧୭ନଂ ଜୋନର ଏକ କର୍ମୀ ବୈଠକ ବଡଚଣା ନିକଟସ୍ଥ ନାୟାକାଣୀ ପୀଠରେ ହେବ ବୋଲି ଜଣାଯାଇଛି ଏବଂ ପରେ ପରେ ଆଉ କିଛି ଜୋନରେ ମଧ୍ୟ ଶ୍ରୀ ମହାପାତ୍ରଙ୍କ ଦ୍ୱାରା କର୍ମୀ ବୈଠକ ହେବ ବୋଲି ଏକ ବିଶେଷ ସୁତ୍ରରୁ ଜଣାଯାଇଛି । ଆଗାମୀ ୨୦୧୯ ନିର୍ବାଚନରେ ସୀତାକାନ୍ତ ମହାପାତ୍ର କଂଗ୍ରସ ଦଳକୁ କିପରି ସଂଗଠିତ କରି ଆଗକୁ ନେଇପାରୁଛନ୍ତି ତାହା ଉପରେ ବଡଚଣା ବାସୀ ନଜର ରଖିଛନ୍ତି ।

  • 1
    Share

Related Posts

About The Author

Add Comment