ଭୁବନେଶ୍ବର, ୧୪/୧୨ (ସନ୍ଧାନ ନିୟୁଜ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଧୀରେ ଧୀରେ ଘନୀଭୂତ ହୋଇ ଏକ ଅବପାତ ବା ଡିପ୍ରେସନରେ ପରିଣତ ହେବା ପରେ ଏହା ଆହୁରି ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବାକୁ ଯାଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ବାତ୍ୟାର ନାମ ହେବ ଫେଥାଇ(Phethai)। ଏହା ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଅଭିମୁଖେ ଗତି କରିବ ବୋଲି ପାଣିପାଗ ବିଭାଗରୁ ସତର୍କ ସୂଚନା ଦିଆଯାଇଛି। ଏବେ ଏହି ଅବପାତ ଚେନ୍ନାଇଠାରୁ ୧୧୪୦ କିଲୋମିଟର ଦୂରରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଓ ଏହା ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି । ୧୫ ତାରିଖ ସନ୍ଧ୍ୟାରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳ ଛୁଇଁବ। ଏହା ପ୍ରଭାବରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡ଼ୁରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୯୦ ରୁ ୧୦୦ କିମି ରହିବ ବୋଲି ଅନୁମାନ କରାଯାଉଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହାର ପ୍ରଭାବ ଓଡ଼ିଶା ଉପରେ ଯଦିଓ ବିଶେଷ କିଛି ପ୍ରଭାବ ପଡିବ ନାହିଁ, ତେବେ ଦକ୍ଷିଣ ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଓଡ଼ିଶାର କେତେକ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ନୟାଗଡ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ତାଜା ଖବର
- ଫେସବୁକ୍ରେ ଦେଖିଲେ ଅସହାୟ ରୋଗୀଙ୍କ ଦୁର୍ଦ୍ଦଶା, ଘରେ ପହଞ୍ଚିଲେ ଡାକ୍ତର… ଛୁଟିଦିନରେ ମଧ୍ୟ ଚିକିତ୍ସା ସେବା; ମାନବିକତାର ନିଆରା ଉଦାହରଣ ସାଜିଲେ ଡା. ନିହାର ରଞ୍ଜନ କର
- ପଞ୍ଚାୟତ ନିର୍ବାଚନ ପାଇଁ ପାଳିଆ ବିନ୍ଧା ପଞ୍ଚାୟତ ପ୍ରସ୍ତୁତ
- ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଓ ମୀନାବଜାର ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- “ବିକଶିତ ଗାଁ ବିକଶିତ ଓଡ଼ିଶା” ନାଁ ରେ ଜନପ୍ରତିନିଧି ସହିତ ବିଭାଗୀୟ ଅଧିକାରୀଙ୍କ ଚାଲିଛି ବ୍ୟାପକ ହରିଦ୍ରାଲେପନ, ଲୋକଙ୍କ ହିତ ପଡୁଛି ବଳି
- ବିଏସଏନଏଲ ଟାୱାର ଖୁଣ୍ଟ ଥାଇ ଚଳୁନି ନେଟ ସେବା ବ୍ୟାହତ, ଜନ ସାଧାରଣ ଅସନ୍ତୋଷ
- ପାଞ୍ଚ ଦିନ ପରେ ମୃତକ ବୃଦ୍ଧଙ୍କ ଗଲିତ ଶବ ଉଦ୍ଧାର
- କନାକୁଣ୍ଡରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର
- ବଡଚଣାରେ ବିଧାୟକ ଅମର କୁମାର ନାୟକ ପ୍ରଧାନ ମନ୍ତ୍ରୀଙ୍କ ଜନ୍ମଉତ୍ସବରେ ମହାବିନାୟକ ନିକଟରେ ଦୀପ ଦାନ କରିଲେ,
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ


