ଭୁବନେଶ୍ବର, ୧୪/୧୨ (ସନ୍ଧାନ ନିୟୁଜ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଧୀରେ ଧୀରେ ଘନୀଭୂତ ହୋଇ ଏକ ଅବପାତ ବା ଡିପ୍ରେସନରେ ପରିଣତ ହେବା ପରେ ଏହା ଆହୁରି ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବାକୁ ଯାଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ବାତ୍ୟାର ନାମ ହେବ ଫେଥାଇ(Phethai)। ଏହା ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଅଭିମୁଖେ ଗତି କରିବ ବୋଲି ପାଣିପାଗ ବିଭାଗରୁ ସତର୍କ ସୂଚନା ଦିଆଯାଇଛି। ଏବେ ଏହି ଅବପାତ ଚେନ୍ନାଇଠାରୁ ୧୧୪୦ କିଲୋମିଟର ଦୂରରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଓ ଏହା ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି । ୧୫ ତାରିଖ ସନ୍ଧ୍ୟାରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳ ଛୁଇଁବ। ଏହା ପ୍ରଭାବରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡ଼ୁରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୯୦ ରୁ ୧୦୦ କିମି ରହିବ ବୋଲି ଅନୁମାନ କରାଯାଉଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହାର ପ୍ରଭାବ ଓଡ଼ିଶା ଉପରେ ଯଦିଓ ବିଶେଷ କିଛି ପ୍ରଭାବ ପଡିବ ନାହିଁ, ତେବେ ଦକ୍ଷିଣ ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଓଡ଼ିଶାର କେତେକ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ନୟାଗଡ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ତାଜା ଖବର
- କଟଙ୍ଗିଡ଼ିହି ରାସ୍ତାରେ ସଵାରୀ ଓ ଡମ୍ଫର ମୁହାଁମୁହିଁ ଧକ୍କା
- ଡଃ ସତ୍ୟଜିତ ନାୟକ: ନିଷ୍ଠା, ଶୃଙ୍ଖଳା ଓ ମାନବିକତାର ଅନନ୍ୟ ଉଦାହରଣ
- ଭଦ୍ରକ ରେ ବିଜେପି ବିରୋଧ କଲା ବିଜେପିକୁ
- ଛତ୍ରପୁର ବିଧାନସଭା କ୍ଷେତ୍ର ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମାନ୍ୟବର ସାଂସଦ ମନମୋହନ ସାମଲ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଲୁଲୁକିଡ଼ିହି ଗୀର୍ଜା ପଡିଆ ଠାରେ ହୋଇଥିବା ଫୁଟବଲ ଟୁର୍ନାମେଣ୍ଟ ରେ ଯୋଗ ଦେଲେ ତଲସରା ଥାନା ଅଧିକାରୀ
- ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପାଇଁ ଯୁଗୀଯୁଗେନ ବନ୍ଧ ସଂଗ୍ରାମ ସମିତିର ପ୍ରସ୍ତୁତି ବୈଠକ
- ଅକ୍ଟୋବର ମାସ ପାଇଁ ନିର୍ମାଣ ଓ ଅଣସଙ୍ଗଠିତ ଶ୍ରମିକଙ୍କ ଖାତାକୁ ଗଲା 2 କୋଟି 62 ଲକ୍ଷ 2 ହଜାର 800 ଟଙ୍କା
- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ପକ୍ଷରୁ ଏକତା ଦିବସ ପାଳନ
- ମନ୍ଦିର ରେ ଡାକ ବାଜି ଯନ୍ତ୍ର ବାଜିବା ଦ୍ବାରା ଜନ ଅସନ୍ତୋଷ ବୃଦ୍ଧି


