ଫସିଲା ଟ୍ରକ୍। ଯାତ୍ରୀ ହନ୍ତସନ୍ତ

Spread the love
ତିହିଡି: (ସନ୍ଧାନ ନ୍ୟୁଜ୍) ଆରଡ଼ି  ରାସ୍ତାରେ ଇଶୋରପୁର ନିକଟରେ ଗତ ମଧ୍ୟ ରାତିରୁ ଏକ ଇଟା ବୋଝେଇ ଟ୍ରକ କୌଣସି କାରଣ ରୁ ଭାରସ୍ୱାମ ହରାଇ ରାସ୍ତା କଡକୁ ଟ୍ରକ୍ ର ପଛ ଚକା ଫସି ରହିଥିଲା। ଆଜି ସକାଳୁ ବ୍ୟସ୍ତ ବହୁଳ ରାସ୍ତାରେ କୌଣସି ଯାନ ବାହାନ ଚଳାଚଳ ଅସମ୍ଭବ ହୋଇ ପଡ଼ିଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ଜରୁରୀ କାଳୀନ  ଗାଡ଼ି ଯଥା ଆମ୍ବଲାନ୍ସ ଗୁଡ଼ିକ ଅଟକି ରହି ଶେଷରେ ପୁଣି  ପଛକୁ ଫେରି ଯାଇଥିଲେ। ରାସ୍ତାଟି ପୁଣ୍ଣନିର୍ମାଣ ଚାଲି ଥିବା ବେଳେ ରାସ୍ତା କଡ଼ରେ ବାଲି, ଚିପ୍ସ ଗଦା ହୋଇଥିଲା। ରାସ୍ତାଟି ବହୁତ୍ ଅଣ ଓସାରଆ ହୋଇଥିବାରୁ ଏକା ସାଙ୍ଗରେ ଦୁଇଟି ଗାଡ଼ି ବ୍ୟତିକ୍ରମ କରିବା ଅସମ୍ଭବ ହୋଇ ପଡ଼ୁଛି। ବାବା ଆଖଣ୍ଡଳମଣି ମନ୍ଦିର କୁ ଚାନ୍ଦବାଲି ଠାରୁ ଏହା  ଏକମାତ୍ର ସ୍ଥଳ ପଥ ହୋଇଥିବା ଯୋଗୁ ଅଧିକାଂଶ ସମୟ ଏହି ରାସ୍ତାଟି ଜନ ଗହଳି ଲାଗି ରହିଥାଏ।  ଏହି ରାସ୍ତା ଉପରେ ପ୍ରାୟ ଦଶ ଖଣ୍ଡ ଗ୍ରାମ ର ଲୋକେ ନିର୍ଭର କରିଥାନ୍ତି। ଯଦି କୌଣସି ପ୍ରଶାସନ ତରଫରୁ ଏହି ରାସ୍ତା ଟି କୁ ଅଧିକ ରୁ ଅଧିକ ଚଉଡ଼ା କରା ଯିବା ସହ ଏକ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ମରାମତି କାର୍ଯ୍ୟ ଶେଷ କରାଯାଏ ହୁଏତ ଏଭଳି ପରିସ୍ଥିତି ରୁ ଲୋକେ ବଞ୍ଚିତ ହୁଅନ୍ତେ।

Related Posts

About The Author

Add Comment