ଫନି ଉଜାଡିଦେଲା ଛେଳି ଚାଷ, ମଲେଣି ୮ଶହରୁ ଅଧିକ

Spread the love

ଧର୍ମଶାଳା ୧୪/୫ (ସନ୍ଧାନ ନିୟୁଜ) ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ ପଂଚାୟତର ଭୁବନପୁର ଗ୍ରାମରେ ଫଣିବାତ୍ୟାରେ ପ୍ରଭାବିତ ହୋଇ ଜଣେ ଛେଳିଚାଷିର ଆଠଟି ଛେଳି ମରିଥିବା ଖବର ମିଳିଛି । ପ୍ରାପ୍ତ ଖବରରୁ ଜଣାଯାଏ ସେହି ଗ୍ରାମର ନାରଣ ଦାସ,ପି-ଭୀକାରି ଦାସ ଜଣେ ଗରିବ ଶ୍ରେଣୀର ଲୋକ । ତିନୋଟି ଝିଅ ଓ ସ୍ତ୍ରୀ ପିଲାଙ୍କୁ ନେଇ ସଂସାର । ଜମିବାଡି କିଛି ନାହିଁ କହିଲେ ଚଳେ । ଏପରିସ୍ଥିତିରେ ଛେଳି ପାଳି କୁଟୁମ୍ବ ପୋଷିବା ଛଡା ତା ପାଖରେ ଅନ୍ୟ ପନ୍ଥା କିଛି ନାହିଁ । କିନ୍ତୁ ଦଇବ ଦାଉ ସାଜିଛି । ଫଣିବାତ୍ୟା ତାର ପରିବାର ପ୍ରତିପୋଷଣ କରିବାର ଏକମାତ୍ର ମାଧ୍ୟମକୁ ଉଜାଡି ଦେଇଛି । ପାଳିପୋଷି ରଖିଥିବା ୧୫ଟି ଛେଳିରୁ ଫଣିବାତ୍ୟାଦ୍ୱାରା ମରି ସାରିଲେଣି ଆଠଟି ଛେଳି । ବାତ୍ୟାଦିନ ଅତ୍ୟଧିକ ପାଣି ଓ ୨୦୦ରୁ ଅଧିକ କିମି ବେଗରେ ବହୁଥିବା ପବନ ମାଡ ଖାଇ ଭଙ୍ଗା ଗୁହାଳରେ ରହିଥିବା ଛୈଳି ଗୁଡିକ ମଧ୍ୟରୁ ଦୁଇଟି ଛେଳି ମରିଯାଇଥିବା ବେଳେ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ସଂକ୍ରମିତ ହୋଇ ଆଠଟି ଛେଳି ମରିସାରିଲେଣି । ଆହୁରି କେତେକ ଛେଳି ମରିବାକୁ ଥିବା ବେଳେ ଜେତେ ଔଷଧ ଦେଲେ ମଧ୍ୟ ତାହାକାମ କରୁନାହିଁ । ପଶୁ ଚିକିସôକ ଦିପ୍ତୀମୟୀ ସାହୁ ପ୍ରାରମ୍ଭରୁ ଚିକିସôା ଜାରି ରଖିଛନ୍ତି । ପଶୁ ଚିକିସôକ ରଣଜିତ ଦାସ ଛେଳିଗୁଡିକୁ ଚିକିସôା କରୁଥିଲେବି ଫଳ କିଛି ହୋଇପାରୁ ନାହିଁ । ଏହାର ତଦନ୍ତ କରି କ୍ଷତିଗ୍ରସ୍ଥ ଚାଷିକୁ ଛେଳିମୃତ୍ୟୁ ପାଇଁ ସହାୟତା ଦେବାକୁ ସାଧାରଣରେ ଦାବି ହୋଇଛି ।

Report- Anita Behera

Related Posts

About The Author

Add Comment