ରାଉରକେଲା, ୭/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ସ୍ୱର୍ଗତ ଫଟୋ ସାମ୍ବାଦିକ ବିଶ୍ୱଜିତ ସାହୁ(ଜିତୁ ଭାଇ)ଙ୍କ ଉଦେ୍ଦଶ୍ୟରେ ସିଭିକସେଂଟର ଠାରେ ସାମାଜିକ ଅନୁଷ୍ଠାନ ଆହ୍ୱାନ ଫାଉଣ୍ଡେସନ ମହିଳା ଶାଖା,ପ୍ରେସ ମିଡ଼ିଆ, ଓ ଅନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ମୁୂତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମର ଉପଦେଷ୍ଟା ତଥା ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ବିରଂଚି ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଆରଏସପି ଅଫିସର ସଂଘର ସଭାପତି ବିମଲ ବିଶି ଯୋଗଦେଇ ସାମ୍ବାଦିକଙ୍କ ସମାଜ କଲ୍ୟାଣ ପାଇଁ ସ୍ୱତନ୍ତ୍ର ପାଣ୍ଠି ତିଆରି କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଚାମ୍ବର ଅଫ କମର୍ସର ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ, ସୁନୀଲ କୟାଲ, ଦୈନିକ ଖବର କାଗଜର ଶାଖା ପ୍ରବନ୍ଧକ ସମୀର ପରିଡ଼ା, ବିଏସଏନଏଲ ଇୟୁର ସଂଜୀବ ମହାନ୍ତି, ସମାଜସେବୀ କମଲ ଅଗ୍ରୱାଲ ପ୍ରମୁଖ ସ୍ୱର୍ଗତ ସାହୁଙ୍କ ସ୍ମୁତି ଚାରଣ କରିଥିଲେ । ଜନସାଧାରଣ ସମସ୍ତ ସୁବିଧାସୁଯୋଗ ପାଇବେ ସେନେଇ ସଦାସର୍ବଦା ଗଣମାଧ୍ୟମ ତତ୍ପରତା ଦେଖାିଥାଏ ।ଖରାବ ର୍ଷାକୁ ଖଶତିର ନ କରି ସାମ୍ବାଦିକ ସମାଜ ସବୁବେଳେ ଖବର ପରିବେଷଣ କରିଥାଏ ଓ ଏହାଙ୍କ ସାମାଜିକ ସୁରକ୍ଷା ଦାୟିତ୍ୱର ଏକ ଅଂଶ ସଭ୍ୟ ସମାଜ ବହନ କରୁବା ଉଚିତ ବୋଲି ଆଲୋଚନା କରାଯାଇଥିଲା । ଅନ୍ୟତମ ଅତିଥି ଭାବେ ରଶ୍ମି ମିଶ୍ର ଉପସ୍ଥିତ ଥିଲେ । ମହିଳା ଶାଖାର ଅଧ୍ୟକ୍ଷା ସନ୍ଥମା ପିଲାଇ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ କୋର୍ଡିନେଟର ସଂଗୀତା ଜେନା ଆଭିମୁଖ୍ୟ ପ୍ରକାଶ କରିଥିଲେ । ମୀନୁ ଶତପଥୀ, ମମତା ପ୍ରଧାନ, ମମତା ପାଣିଗ୍ରାହୀ, ସୁଲୋଚନା ମହାନ୍ତି, ଶୁଭଲକ୍ଷ୍ମୀ ପାତ୍ର ପ୍ରମୁଖ ସାମ୍ବାଦିକଙ୍କ ଭୂମିକା ପ୍ରତିପାଦନ କରିଥିଲେ । ଏହି ଅବସରରେ ସ୍ୱର୍ଗତ ସାହୁଙ୍କ ସହଧର୍ମିଣୀଙ୍କୁ ସଂଗୃହୀତ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ କଣ୍ଠଶିଳ୍ପୀ ଏମଡ଼ି କାଶିମ, ଡ. ସଂଚିତା ଚୌଧୂରୀ, ପଦ୍ମିନୀ ପାଣିଗ୍ରାହୀ, ବାସବଦତ୍ତା ପଟ୍ଟନାୟକ, ଶ୍ରାବଣୀ ମହାନ୍ତି, ଗୀତିକା ଯାଦବ ଆଦି ପ୍ରସିଦ୍ଧ କଳାକାର ମାନେ ଭଜନ ଦ୍ୱାରା ଭକ୍ତିମୟ ପରିବେଷ ସୃଷ୍ଟି କରିଥିଲେ । ଅନୁଷ୍ଠାନର ସଭାପତି ରୋହିତ ସାମଲ, ହିତେନ୍ଦ୍ର ଶାହୀ, ରତନ ସାଓ, ଉତ୍ତମ ବେହେରା, ଯଶୋବନ୍ତ ମହାନ୍ତି, ସାଗର ଜେନା ପ୍ରମୁଖ ସହଯୋଗ କରିଥିଲେ । ଅନୀଲ ମଲ୍ଲିକ ଓ ସୋନୀ ପିଲାଇ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ସାମ୍ବାଦିକ ଶିବରାମ ପାତ୍ର, ଗନ୍ଦରୁ ଓରାମ, ରଂଜିତ ବୋଷ, ଅମିତ ବାରା, ସୁନୀଲ ଝା, ବିବେକ ଦାସ ପ୍ରମୁଖ ଆର୍ଥିକ ସହାୟତା କମିଟିର ଦାୟିତ୍ୱ ନିର୍ବାହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜେଡ଼ି ରାଜ୍ୟ ସମ୍ପାଦକ ଆନନ୍ଦଚନ୍ଦ୍ର ମହାନ୍ତ, ଆରତୀ ଚୌଧୂରୀ, ରୋହିତ ତନ୍ତୀ, ଡ଼ିସିସି ସଭାପତି ରବି ରାୟ,କଂଗ୍ରେସ ନେତା ବିରେନ ସେନାପତି, କୈଳାସ ସାହୁ, ସିଟୁର ରାଜକିଶୋର ପ୍ରଧାନ, ରାଉରକେଲା ଚାମ୍ବର ଅଫ କମର୍ସ ସଭାପତି ପ୍ରବୀଣ ଗର୍ଗ, ଆରଏସଏସର ନିହାର ସାମଲ, ନିହାର ଦାସ, ସଚେତନତା ନାଗରିକ ମଂଚର ପିପି ରାୟ , ଜଟାଧାରୀ ମାଝୀ, ସାମ୍ବାଦିକ ଚିତ୍ତରଂଜନ ବ୍ରହ୍ମା, ଡଲିରାଣୀ ବ୍ରହ୍ମା, କୁଞ୍ଜବିହାରୀ ରାଉତ, ରାଉରକେଲା ଓକିଲ ସଂଘ, ଓଷ୍ଟାର ସନ୍ତୋଷ ନାୟକ, ବ୍ରଜେନ୍ଦ୍ର ଦାସ, ରଶ୍ମିତ ସାହାଣୀ, ରମାକାନ୍ତ ମଲ୍ଲିକ, ଅରୁଣ, ଉକ୍ରଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ଅରୁଣ ପରିଡ଼ା, ଅନ୍ୱେଷଣର ସଚଳା ପଣ୍ଡା, କ୍ରୀଡ଼ାନୁଷ୍ଠାନର ଶୁକ୍ରୁ ତନ୍ତୀ, ସିଡ଼ବ୍ଲୁସିର ରାମଚନ୍ଦ୍ର ବେହେରା, ରଣଧୀର ଲେଙ୍କା, କଲଚରାଲ ଏକାଡ଼େମୀର ଅକ୍ଷୟ ସାମଲ, ସୃଜନୀ ସାହିତ୍ୟ ସଂସଦ, ପୂର୍ବତନ ସୈନିକ ସଂଘ, ସମ୍ବାଦ ସାହିତ୍ୟ ଘର ଆବାହକ ପ୍ରଶାନ୍ତ ଦାଶ, ବ୍ରାହ୍ମଣ ସମାଜର ଦିଲ୍ଲୀପ ଶର୍ମା, ହମ ନିଶାଦ, ଜଗଦା ସାଂସ୍କୃତିକ ପରିଷଦ, ସରନା ନବ ଯୁବକ ସଂଘ,ଏକତ୍ର ପରିବାର ଭାସ୍କର ମହାପାତ୍ର, ଶରତ ଦାସ ସମେତ ୫୦ ରୁ ଉଦ୍ଧ୍ୱର୍ ମହିଳା ସଂଗଠନ, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଫଟୋ ସାମ୍ବାଦିକ ବିଶ୍ୱଜିତଙ୍କ ଉଦେ୍ଦଶ୍ୟରେ ସ୍ମୁତି ଶ୍ରଦ୍ଧାଞ୍ଜଳି
|
August 7, 2019 |



