ପ୍ରେମିକାକୁ ଭିଡିଓ କଲ କରି ଆତ୍ମହତ୍ୟା କଲା ପ୍ରେମିକ, ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

Spread the love

ପୁରୀ, ୩୧/୦୧/୨୨(ସନ୍ଧାନ ନ୍ୟୁଜ): ପ୍ରେମିକା ସାମ୍ନାରେ ପ୍ରେମିକର ଆତ୍ମହତ୍ୟା, ତାହା ପୁଣି ଲାଇଭ୍ । ପ୍ରେମିକା କୁ ଭିଡିଓ କଲ କରି ନିଜେ ଜୀବନ ହାରିଲା ପ୍ରେମିକ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ।

ସୂଚନା ଅନୂସାରେ ଆଜି କାକଟପୁର ଚନ୍ଦନ ବଜାର ସ୍ଥିତ ଏକ ଲୁଗା ଶୋ’ ରୁମ୍‌ର ଉପର ଘରେ ରହୁଥିବା ଜଣେ କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଏବଂ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିବା ବେଳେ ଆତ୍ମହତ୍ୟା ପୂର୍ବରୁ ସେ ନିଜ ପ୍ରେମିକାକୁ ଭିଡିଓ କଲ କରି ସେହି ସମୟରେ ଫ୍ୟାନରେ ରଶି ଲଗାଇଥିବା ସୂଚନା ମିଳିଛି । ହେଲେ ଏପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ତେବେ ଘଟଣାସ୍ଥଳରେ କାକଟପୁର ପୋଲିସ୍ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Related Posts

About The Author

Add Comment