ମାହାଙ୍ଗା,୧୫/୩ (ସନ୍ଧାନ ନିୟୁଜ) ପ୍ରେମିକାକୁ ବିବାହ ପ୍ରଲୋଭନ ଦେଖାଇ ଧୋକା ଦେଲା ପ୍ରେମିକ l ନ୍ୟାୟ ପାଇଁ ପ୍ରେମିକା ଥାନା ରେ ଦେଲା ଏତଲା l ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅଧିନ ହଳଦିଆ ପଞ୍ଚାୟତ ଇଟା ମୁଣ୍ଡୁଳି ଗ୍ରାମର ମହେନ୍ଦ୍ର କୁମାର ମଳିକ ଙ୍କ 21 ବର୍ଷୀୟl ଝିଅ ଗତ ଦୁଇ ବର୍ଷ ତଳେ ଆନ୍ଧ୍ରର ଏକ ସୁତା ମିଲ ରେ କାମ କରିବାକୁ ଯାଇଥିଲେ l ଠିକ ସେହି ସମୟରେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତ ପୁର୍ ଅଞ୍ଚଳ ପାରି ପଲାଇ ଗ୍ରାମର ମଙ୍ଗୁଳି ବାରିକ ଙ୍କ 24 ବର୍ଷୀୟl ଯୁବକ ମିଲନ ବାରିକ ଯୁବତୀ କୁ ଭଲ ପାଇଲା ଓ ତାପରେ ତାହା ସହିତ ଶାରୀରିକ ସଂପର୍କ ରଖିଲା l ଏପରିକି ବିବାହ ପାଇଁ ପ୍ରତିଶୃତି ମଧ୍ଯ ଦେଇଥିଲା ପ୍ରେମିକ l ତେବେ ଗତ 4 ମାସ ହେବ ନିଜ ନିଜ ଗ୍ରାମକୁ ଆସିଥିଲେ ଦୁଇ ପ୍ରେମିକ ପ୍ରେମିକା l ହେଲେ ଗତ କାଲି ଦିନ ପ୍ରାୟ 11 ଟା ସମୟରେ ମିଲନ ତାର ପ୍ରେମିକା ଘର କୁ ଆସି ବିବାହ ପାଇଁ କହିଥିଲା l ହେଲେ ଯୁବତୀଙ୍କ ପରିବାର ଲୋକ ମିଲନ କୁ କହିଥିଲେ କି ତମ ପରିବାର ଲୋକଙ୍କୁ ଡ଼କାଅ l ଆଉ କଥା ବାର୍ତ୍ତା ପରେ ଦୁଇ ଜଣଙ୍କ ର ବିବାହ କରାଯିବ l ମାତ୍ର ଲିପନ କହିଥିଲା କି ଏହି ବାହାଘର ପାଇଁ ଆମ ପରିବାରଲୋକେ ରାଜି ହେବେ ନାହିଁ କାରଣ ତୁମର ଦଳିତ ପରିବାର ବୋଲି l ଏହା ମଧ୍ୟରେ କିଛି ସମୟ ହୋହାଲ୍ଲା ହୋଇଥିଲା ଏହି ସମୟରେ ଭଦ୍ରେଶ୍ୱର ଫାଣ୍ଡି ପୁଲିସ ଆସି ସମ୍ପୃକ୍ତ ଯୁବକ ମିଲନ କୁ ମାହାଙ୍ଗା ଥାନାକୁ ନେଇଥିଲା l ଏପଟେ ଦଳିତ ଯୁବତୀ ତାର ପ୍ରେମିକ ମିଲନ କୁ ବିବାହ କରିବ ଯଦି ବିବାହ ନ କରେ ତେବେ ଆତ୍ମହତ୍ୟା କରିବାକୁ ପ୍ରେମିକା କହିଛି l ପୁଲିସ ପ୍ରଶାସନ ଯୁବତୀ କୁ କିଭଳି ନ୍ୟାୟ ଦେଉଛି ସେ କଥା ଦେଖିବାକୁ ବାକି ରହିଲା l




