ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦେବାକୁ ଦାବି

Spread the love

ବାରିପଦା, 5/11 (ସନ୍ଧାନ ନ୍ୟୁଜ୍)  ;- ମୟୂରଭଞ୍ଜ ଜିଲା ପ୍ରାଥମି ଶିକ୍ଷକ ସଂଘର ଏକ ବୈଠକ କୋଭିଡ ନିୟମ ଅନୁସରଣ କରି ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଆବାହକ ମୁରଲୀଧର ନାୟକଙ୍କ ପୌରୋହିତ୍ୟରେ ବୁଧବାର ଅନୁଷ୍ଠିତ ହୋଇ ୨୦୧୪ରେ ଶିକ୍ଷକ ପଦୋନ୍ନତି ସମୟରେ ବାରିପଦା ଓ ଉଦଳା ଶିକ୍ଷା ଜିଲାର ମୋଟ ୧୦ଟି ବ୍ଲକର ଚାରି ଶହରୁ ଉର୍ ୫ମ ବର୍ଗର ଶିକ୍ଷକମାନେ ଚତୁର୍ଥବର୍ଗକୁ ପଦୋନ୍ନତି ପାଇବାରୁ ବଂଚିତ ହୋଇଥିବାରୁ କ୍ଷୋଭ ପ୍ରକାଶ କରାଯିବା ସହ ଆଗାମୀ ୨୦ ତାରିଖ ମଧ୍ୟରେ ପଦୋନ୍ନତି ଦେବାକୁ ଦୃଢ ଦାବି କରାଯାଇଛି । ବାରିପଦା ଶିକ୍ଷା ଜିଲା ଅନ୍ତର୍ଗତ ୬ଟି ବ୍ଲକ ବାରିପଦା, ଶାମାଖୁଣ୍ଟା, କୁଳିଅଣା, ବାଙ୍ଗିରିପୋଷି, ସାରସକଣା ଓ ଶୁଳିଆପଦା ଏବଂ ଉଦଳା ଶିକ୍ଷା ଜିଲା ଅନ୍ତର୍ଗତ ୪ଟି ବ୍ଲକ ଉଦଳା, କପ୍ତିପଦା, ଖୁଣ୍ଟା ଓ ଗୋପବନ୍ଧୁନଗରର ଶିକ୍ଷକମାନେ ଉଚିତ ନ୍ୟାୟ ପାଇବା ପାଇଁ ନ୍ୟାୟାଳୟ ମଧ୍ୟ ଦ୍ବାରସ୍ଥ ହୋଇଥିଲେ। ତତ୍ସହିତ ଏ ବାବଦରେ ନ୍ୟାୟୋଚିତ ପଦକ୍ଷେପ ପାଇଁ ବିଭିନ୍ନ ସମୟରେ ଜିଲା ସଂଘର ବିଭିନ୍ନ କର୍ମକର୍ତ୍ତା ତଥା ରାଜ୍ୟ ସଂଘର କର୍ମକର୍ତ୍ତା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ସମସ୍ତ ଶିକ୍ଷକମାନଙ୍କର ପଦୋନ୍ନତି ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ। ଆଜିର ଅନୁଷ୍ଠିତ ବୈଠକରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ବାରିପଦା ଓ ଉଦଳା ଶିକ୍ଷା || ଜିଲା ଅନ୍ତର୍ଗତ ବ୍ଲକମାନଙ୍କର ସେ ସମୟର ପଦୋନ୍ନତିର ବଂଚିତ ଶିକ୍ଷକମାନେ ବ୍ଲକ ଶିକ୍ଷା  ଅଧିକାରୀମାନଙ୍କୁ ପେନାଲ ପ୍ରସ୍ତୁତିରେ ସାହାଯ୍ୟ କରିବାକୁ ପରାମୃର୍ଶ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତତ୍ସହିତ ୨୦୧୯ର ପଦୋନ୍ନତି ନିୟମାନୁସାରେ ମଧ୍ୟ ନୂତନ ତାଲିକା ଚୂଡାନ୍ତରେ ଦୃଷ୍ଟି ଦିଆଯିବ । ଏପରିକି ତୃଣମୂଳସ୍ତରରେ ଶିକ୍ଷକମାନଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଥିବାରୁ ବୈଠକରେ ଦୃଢ ନିନ୍ଦା କରାଯିବା ସହ କୌଣସି ଅପପ୍ରଚାରକୁ ବିଶ୍ଵାସ ନ କରିବା ପାଇଁ ଜିଲ୍ଲା ସଂଘ ପରାମର୍ଶ ଦିଆଯାଇଛି । ସର୍ବୋପରି ୨୦୧୪ର ବକେୟା ପଦୋନ୍ନତି ସହ ୨୦୧୯ ର ସଦ୍ୟ ପଦୋନ୍ନତି ଆଗାମୀ ୨୦ ତାରିଖ ମଧ୍ୟରେ ଶେଷ କରିବାକୁ ଜିଲା ସଂଘ ପକ୍ଷରୁ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି । ଏହି । ବୈଠକରେ ଜିଲ୍ଲାର ଅନ୍ୟତମ ଯୁଗ୍ମ ଆବାହକ ବିମଳ କୁମାର ଆଚାର୍ଯ୍ୟଙ୍କ ସମେତ ବଳରାମ ନାଥ, ରଜତ କୁମାର ମହାପାତ୍ର, କ୍ଷିତିଶ କୁମାର ବେହେରା, ଶିବଶଙ୍କର ଅକାରୀ, ସୁଶୀଲ ଘୋଷ, ବିନୟ ଦାସ, ରାଜେନ୍ଦ୍ର ବେହେରା, ସୁରେନ୍ଦ୍ର ନାୟକ, ଦିଲ୍ଲୀପ ଘୋଷ, ଅଂଜନ ପାତ୍ର, ବିନୋଦିନୀ ସିଂ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Related Posts

About The Author

Add Comment