ପ୍ରସ୍ତାବର ୪ବର୍ଷ ପରେ ଭାଙ୍ଗିଗଲା ବାହାଘର

Spread the love

କେନ୍ଦୁଝର ୨୬/୦୬ (ସନ୍ଧାନ ନିଉଜ) – ତୁମଝିଅ ଗୋଟେ ଉଆଁର୍ସି କନ୍ୟା କହିବା ସହିତ ବରଯାତ୍ରୀଙ୍କୁୁ ଖାଇବାକୁ ଦେଇ ପାରିବନି କହି ବିବାହ ନିର୍ଘଣ୍ଟକୁ ଭାଙ୍ଗି ଦେଇଥିଲେ ବରର ପିତା ହାଡିବନ୍ଧୁ ପାତ୍ର । ଏହା ପରେ କନ୍ୟା ପକ୍ଷ ବରପକ୍ଷଙ୍କ ସହ ଯୋଗାଯୋଗ ଚେଷ୍ଟା କରିଥିଲେ ମଧ୍ୟ ଫୋନ ସୁଇଜ ଅଫ୍ ଥିବାରୁ ସମ୍ଭବ ହୋଇପାରୁ ନାହିଁ । କନ୍ୟା ପକ୍ଷ ଖବର ନେବାରୁ ଜଣା ପଡିଛି ଯେ ତପନର ପରିବାର ଲୋକେ ଅନ୍ୟତ୍ର କନ୍ୟା ପାତ୍ର ଖଜୁଛନ୍ତି । ବାହାଘର ପାଇଁ ଗୁଆଭଙ୍ଗା (ଦିନଧାର୍ଯ୍ୟ) ସରିଥିଲା ବେଳେ ତୁମ ଝିଅ ଉଆଁସି କନ୍ୟା , ବହୁ କଲେ ଅମଙ୍ଗଳ ହେବ କହି ବାହାଘର ଭାଙ୍ଗି ଦେଇଛନ୍ତି । ବରପକ୍ଷ ୪ବର୍ଷ ତଳେ ବିବାହ ପ୍ରସ୍ତାବ ଦେଇ ୩/୪ ଥର ନିର୍ଘଣ୍ଟ ବଦଳାଇଲାପରେ ଗତ ମାର୍ଚ୍ଚ ୧୦ ତାରିଖରେ ବିବାହ ପାଇଁ ଦିନ ଧାର୍ଯ୍ୟ ପୂର୍ବକ ନିମ୍ବନ୍ଧ କାର୍ଯ୍ୟ କ୍ରମ ସରିଥିଲା । ଶେଷ ମୁର୍ହୂତରେ ବାରପକ୍ଷଲୋକ ବିବାହ ଭାଙ୍ଗି ଦେଇଛନ୍ତି । ଏହାପରେ ନ୍ୟାୟ ପାଇଁ ୱସନଷ୍ଟପ ସେଣ୍ଟର ରେ ଦ୍ୱାରସ୍ତ ହୋଇଛନ୍ତି , ୨୭ ବର୍ଷ ର ଯୁବତୀା ଯୁବତୀଙ୍କ କହିବା ମୁତାବକ ସଦର ଥାନା ରହଣୀ ଶୁଆ କାଟୀର ହାଡିବନ୍ଧୁ ପାତ୍ର ଙ୍କ ପୁଅ ତପନ ପାତ୍ର ସହ ତାଙ୍କର ବିବାହ ପ୍ରସ୍ତାବ ପଡିଥିଲା । ପରିବାର ଲୋକଙ୍କ ସହ ତପନ ଯୁବତୀଙ୍କ ଦେଖିବାପରେ ପସନ୍ଦ କରିଥିଲେ । ଏହାପରେ ବିବାହ ନିମନ୍ତେ ଦିନ ଧାର୍ଯ୍ୟ ହୋଇ କୌଣସି କାରଣ ବସତଃ ଭାଙ୍ଗି ଯାଇଥିଲା । ଇତି ମଧ୍ୟରେ ମଝିରେ ମଝିରେ ତପନ ଯୁବତୀଙ୍କ ଘରକୁ ଯିବା ଆସିବା କରିଥିଲେ । ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ସେଇ ସମୟ ମଧ୍ୟରେ ଯୁବତୀଙ୍କ ପରିବାର ପକ୍ଷରୁ ବିବାହ ପାଇଁ ଗୁଆ ଯାଇଥିବା ବେଳେ ୨/୩ ଥର ବିବହ ପ୍ରସ୍ତାବକୁ ଏଡାଇ ଦେଇଥିଲେ । ତପନର ପରିବାର ଲୋକେ ଏହାପରେ ଗତ ଜାନୁଆରୀ ମାସରେ ପୁଣିଥରେ ବରପକ୍ଷ ଲୋକ ଯୁବତୀଙ୍କ ଘରକୁ ଯାଇ ବିବାହର ଦିନଧାର୍ଯ୍ୟ କରିଥିଲେ କରାଯାଇଥିବା ବେଳେ କନ୍ୟ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦିଆ ଯାଇଥିଲା । ହେଲେ ତପନଙ୍କ ପରିବାର ଲୋକ ବିବାହ ଭାଙ୍ଗିବା ପରେ ଯୁବତୀକୁ ଉଆଁସି କନିଆ କହି ଚାରି ଆଡେ ମିଥ୍ୟା ପ୍ରଚାର କରୁଥିବାରୁ ସେ ଗମ୍ଭୀର ମାନସୀକ ଚିନ୍ତାରେ ଅଛନ୍ତି । ଏ ନେଇ ବୁଧବାର ୱନଷ୍ଟପ ସେଣ୍ଟର ର ଦ୍ୱାରସ୍ତ ହେବାପରେ ୱନଷ୍ଟପ ସେଣ୍ଟର ପକ୍ଷରୁ ତାଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ୱନଷ୍ଟପ ସେଣ୍ଟର ର ପରିଚାଳିକା ଏøଶ୍ୱର୍ଯ୍ୟା ସଂଘମିତ୍ରା ଦାସଙ୍କ ପରାମର୍ଶ କ୍ରମେ ଯୁବତୀ ଜଣକ ପଣ୍ଡାପଡା ଥାନା ରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ପକ୍ଷରୁ କଣ ନ୍ୟାୟ ମିଳବି ଜନସାଧାରଣ ଚାତକ ପରି ଚାହିଁ ରହିଛନ୍ତି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment