ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟତିକ୍ରମ, ଆଜି ମଧ୍ୟ ଲୋକେ ସୁବିଧାରୁ ବଞ୍ଚିତ

Spread the love

ସୁନ୍ଦରଗଡ ତା: ୩୦/୫/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) କିରାଳଗା ବାହାର ଠାରୁ ସାନୁକୁନା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟତିକ୍ରମ ଦେଖାଦେଉଥିବା ବେଳେ ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ ପ୍ରାୟ ୨୦୦ ରୁ ଉର୍ଦ୍ଧ ପରିବାର ସହିତ ଏହା ଦେଓ ଗାଁ ଓ କିରାଲାଗା ପଞ୍ଚାୟତ କୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତା ।ଏହି ମୁଖ୍ୟ ରାସ୍ତାର ଦୁଇଟି ପୋଲ ଭୁଶୁଡି ପଡିଥିଲା ବେଳେ ରାସ୍ତାରେ ବଡବଡ ପଥର ଗୋଡ଼ି ବାହାରିବା କାରଣରୁ ଯାତାୟାତ ଠପ ହୋଇ ପଡ଼ିଛି । ଶିକ୍ଷା ସହିତ ସ୍ୱାସ୍ଥ୍ୟର ସମସ୍ତ ବ୍ୟବସ୍ଥାରେ ବଞ୍ଚିତ ରହୁଛନ୍ତି ଅଞ୍ଚଳବାସୀ । ବିଗତ ଦୁଇ ବର୍ଶରୁ ଏହି ଅସୁବିଧା ହେଉଥିବା ବେଳେ ପିଶି ଓ ଶିଶି କାରବାରକୁ କେନ୍ଦ୍ରକରି ସ୍ଥାନୀୟ ସହିତ ବ୍ଲକ ପ୍ରଶାସନ ଚୁପ୍ ରହିବା ପ୍ରଶ୍ନ ଘେରରେ ।ଦେଖିବାକୁ ବାକି ରହିଲା ଏହାର ସ୍ଥାୟୀ ସମାଧାନ କେବେ ହେବ ।

Related Posts

About The Author

Add Comment