ସୁନ୍ଦରଗଡ ତା:୩୦/୭/୨୦୨୧ (ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ବ୍ଲକ ଅନ୍ତର୍ଗତ ସବଡେଗା ଗ୍ରାମର ପିଡ଼ବ୍ଲୁଡି ଅଫିସ ସମ୍ମୁଖରେ ଥିବା ପ୍ରଧାନମନ୍ତ୍ରୀ ରାସ୍ତାର ସ୍ଥିତି ଶୋଚନୀୟ ହୋଇପଡିଛି ।ରାସ୍ତା ଉପରେ ଗୋଟିଏ ଫୁଟ ର ବାଲି ଓ କାଦୁଅ ମିଶି ରାସ୍ତାକୁ ଅପରିଷ୍କାର କରିବା
ସହିତ ଯିବା ଆସିବାରେ ଅସୁବିଧା ହେଉଥିବାର ଦେଖାଦେଇଛି । ରାସ୍ତାରେ କାଦୁଅ ଓ ମାଟି ଜମି ରହିବା ଦ୍ୱାରା ରାସ୍ତା ସଙ୍କୁଚିତ ହେବାକୁ ବସିଲାଣି । ବାଇକ ଚାଳକ ତଥା ସାଇକେଲ ଆରୋହି ଏହି ରାସ୍ତାରେ ଦୁର୍ଘଟଣା ହେବା ସ୍ବାଭାବିକ ହୋଇଗଲାଣି ବୋଲି ଅଞ୍ଚଳରେ
କୋକ୍ୱାଭୟ ସୃଷ୍ଟି ହେଉଛି । ଏବେ ବର୍ଷା ସମୟରେ ଅଞ୍ଚଳବାସୀ ପାଇଁ ଏହି ରାସ୍ତା ଦେଇ ଯିବା ଆସିବା ଏକ କାଠିକରପାଠ ହୋଇପଡ଼ିଲାଣି । ପ୍ରଶାସନ ତରଫରୁ ଏହାକୁ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଆସୁଛନ୍ତି । ଦେଖିବାକୁ ବାକି ରହିଛି ଆଉ କେତେଦିନ ପରେ ପ୍ରଶାସନର ଦୃଷ୍ଟି ପଡିବ ।
ପ୍ରଧାନମନ୍ତ୍ରୀ ପକ୍କା ସଡ଼କର ଶୋଚନୀୟ ସ୍ଥିତି
|
July 31, 2021 |