ଯାଜପୁର/ବାରବାଟୀ, ୦୬/୦୪(ସନ୍ଧାନ ନିୟୁଜ) ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ନିକଟସ୍ଥ ଜାତୀୟ ରାଜପଥ ଉପରେ ଆଜି ମଧ୍ୟାହ୍ନ ସମୟରେ ଏକ ପୋଲିସ ଭ୍ୟାନକୁ ଏକ ଟ୍ରକ ଧକ୍କା ଦେବାରୁ ଭ୍ୟାନରେ ଥିବା ୫ପୋଲିସ କର୍ମଚାରୀଙ୍କ ସହ ଟ୍ରକର ଦୁଇଜଣ ଚାଳକ ଆହତ ହୋଇଥିବା ସୂଚନା ମିଳିଛି । ଖବର ମୁତାବକ କଟକ ଚୌଦୁରା ଅଂଳଚରୁ ଏକ ରିର୍ଜବ ପୋଲିସର ଏକ ଭ୍ୟାନ ଏକ କଏଦୀକୁ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବାରବାଟୀ ନିକଟରେ ଅପର ପଟରୁ ଆସୁଥିବା ଏକ ଦଶଚକିଆ ଟକ୍ର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଭ୍ୟାନର ପୋଲିସ କର୍ମଚାରୀ ଭଂଜ କୁମାର ମହାନ୍ତି, ମନୋରଂଜନ ମହାପାତ୍ର, ନରେନ୍ଦ୍ର ରାଉତ, ବିପିନ ପ୍ରଧାନ, ମମତା ମୁର୍ମୁ ପ୍ରମୁଖ ଗରୁତର ଭାବେ ଆହତ ହୋଇଥିବା ବେଳେ ଟକ୍ରର ଚାଳକ ଶିବ ଶଙ୍କର ଏବଂ ଅଜୟ କୁମାର ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିସôା କରାଯିବା ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଧର୍ମଶାଳା ପୋଲିସ ଗାଡିଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି ।