ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ
ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ
Santosh Rout |
September 19, 2018 |
ଭଦ୍ରକ,19/9 ( ସନ୍ଧାନ ନିୟୁଜ) ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅଚକ ପଞ୍ଚାୟତର ଉତ୍ତରବା ଗାଁରେ ଆଜି ଏକ ଅଘଟଣ ଘଟିଛି। ପୋଖରୀ ପାଖରେ ଖେଳୁଥିବା ବେଳେ ପାଣି ଭିତରକୁ ଖସି ପଡ଼ି ଦୁଇ ଜଣ ନାବାଳକଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେତିହିଡ଼ି ବ୍ଲକ୍ ଅଚକ ପଞ୍ଚାୟତର ଉତ୍ତରବା ଗାଁର ଗଣେଶ ମଲ୍ଲିକଙ୍କ ୩ ବର୍ଷର ପୁଅ ସ୍ୱାଗତ ମଲ୍ଲିକ ଓ ସଞ୍ଜିିତ ମଲ୍ଲିକଙ୍କ ୩ ବର୍ଷର ପୁଅ ସମରଜିତ ମଲ୍ଲିକ ଗାଁ ପୋଖରୀ ହୁଡ଼ା ପାଖରେ ଖେଳୁଥିଲେ। ତେବେ ଅସାବଧାନତାବଶତଃ ଉଭୟ ଶିଶୁ ଖେଳୁଥିବା ବେଳେ ପୋଖରିର ପାଣି ଭିତରକୁ ଖସି ପଡ଼ିଥିଲେ। ସାଙ୍ଗେ ସାଙ୍ଗେ ଲୋକେ ଶିଶୁ ଦୁଇଝର ପାଣିରେ ପଡ଼ିଯିବା ଦେଖି ପୋଖରି ଭିତରେ ପଶି ଶିଶୁ ଦୁଇ ଜଣଙ୍କୁ ଉଦ୍ଧାର କରି ତିହିଡ଼ି ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେତେବେଳକୁ ଶିଶୁ ଦ୍ୱୟଙ୍କର ମୃତ୍ୟୁ ଘଟି ସାରିଥିବା ଡାକ୍ତର ଘୋଷଣା କରିଥିଲେ।
Related Posts
About The Author