ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ

Spread the love
  • 17
    Shares

କୋରାପୁଟ ୨୮/୦୫ (ସନ୍ଧାନ ନିୟୁଜ୍/ରଂଜନ ଦାସ) ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।ଲମତାପୁଟ ବ୍ଲକ ଅନ୍ତର୍ଗତ ତୁଷୁବା ପଂଚାୟତର ଆଉଡିପଡା ଗ୍ରାମର ଝୁନୁ ବଡନାୟକ ଓ ଭାଇ ଲକ୍ଷ୍ଣଣ ବଡନାୟକ ଖରାଟିଆ ଧାନ କାଟିବାକୁ ବିଲକୁ ଯାଇଥିଲେ।ସାଥିରେ ତୁଲସି ବଡନାୟକ (୧୦ ବର୍ଷ) ଓ କବିତା ବଡନାୟକ (୮ବର୍ଷ)ଙ୍କୁ ଦୁଇଭାଇ ଖେଳିବାକୁ ନେଇଥିଲେ।ସେଠାରେ କିଛି ସମୟ ଖେଳିବା ପରେ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଚାଲି ଯାଇଥିଲେ। ଖାଇବା ସକାଶେ ୨ ଭାଇ ଝିଅମାନଙ୍କୁ ଡାକିଥିଲେ କିନ୍ତୁ ନ ମିଳିବାରୁ ପୋଖରୀ କୂଳରେ ଡ୍ରେସ ଥିବା ଦେଖି ଖୋଜାଖୋଜି କରିବା ପରେ ଉଦ୍ଧାର କରି ଆଶାକରଣ ମେଡିକାଲକୁ ନେଇଥିଲେ କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ୨ ଭାଇଙ୍କ ୨ ଝିଅ ମୃତ୍ୟୁପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

  • 17
    Shares

Related Posts

About The Author

Add Comment