ପୋଖରୀରୁ ପଙ୍କ ଉଦ୍ଧାରରେ ଅନିୟମିତତା,ଜିଲାପାଳଙ୍କୁ ଅଭିଯୋଗ

Spread the love

ରସୁଲୁପର,୭/୬(ସନ୍ଧାନ ନିୟୁଜ/ବିଶ୍ୱଜିତ ନାୟକ) ରସୁଲପୁର ବ୍ଲକ ଅନ୍ତର୍ଗତ ଖୋସାଲପୁର ଗ୍ରାମ ପୋଖରୀରୁ ପଙ୍କ ଉଦ୍ଧାରରେ ବ୍ୟାପକ ଅନିୟମିତତା ହୋଇଛି । ଏ ନେଇ ପଂଚାୟତ ସମିତି ସଭ୍ୟ ଓ ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଅଭିଯୋଗ କରାଯାଇଛି । ଠିକାଦାରଙ୍କ ହାତରୁ କାମ ଖସିଯିବା ଭୟରେ ଆଗୁଆ କାମ କବ୍ଚା କରିବା ପାଇଁ ଏଭଳି ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି । ଆରମ୍ଭ ପୂର୍ବରୁ ଆବଶ୍ୟକୀୟ କାଗଜପତ୍ର ନଥାଇ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଯାଉଛି । ପରେ ରେକର୍ଡ ପ୍ରସ୍ତୁତ କରି ବିଲ୍ କରିବାକୁ ମସୁଧା କରାଯାଉଛି ।


କେନ୍ଦ୍ରସରକାରଙ୍କ ପକ୍ଷରୁ ପଂଚାୟତଗୁଡିକୁ ଆତ୍ମନିର୍ଭଶୀଳ ଓ ଆୟବୃଦ୍ଧି ଘଟାଇବା ପାଇଁ ଚତୁଃଦଶ କେନ୍ଦ୍ରୀୟ ଅନୁଦାନରେ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦିଆଯାଉଛି । କେତେକ ସ୍ଥାନରେ ଉକ୍ତ ଅର୍ଥକୁ ମନଇଚ୍ଛା ଖଚର୍ଚ୍ଚ କରାଯାଉଛି । ଯେମିତିକି ଏହି ଗାଁର ମୀରା ପୋଖରୀରୁ ପଙ୍କ ଉଦ୍ଧାର ପାଇଁ ୨ଲକ୍ଷ ଟଙ୍କ ବ୍ୟୟ ବରାଦ କରାଯାଇଛି । ଏଥିପାଇଁ ପଂଚାୟତରେ ଫାଇଲ ଖୋଲାଯାଇଛି । ହେଲେ ଏ ନେଇ ପଲ୍ଲୀସଭା ଅନୁଷ୍ଠିତ ହୋଇନାହିଁ । କାର୍ଯ୍ୟାଦେଶ ପ୍ରଦାନ ପାଇଁ ଗ୍ରାମ୍ୟ ଶ୍ରମିକ ମୁଖିଆ ଚୟନ କରାଯାଇ ନାହିଁ । ପୋଖରୀରୁ ପଙ୍କା ଉଦ୍ଧାର କରିବା ପାଇଁ ସହକାରୀ ଯନ୍ତ୍ରୀଙ୍କ ପକ୍ଷରୁ ଆକଳନ କରାଯାଇ ନାହିଁ । ପଙ୍କ ଉଦ୍ଧାର ସ୍ଥାନରେ ସୂଚନା ଫଳକ ଲଗାଯାଇ ନାହିଁ । ହଠାତ୍ ଗତ ସପ୍ତାହରେ ଖୋସାଲପୁର ଗ୍ରାମର କିଛି ଯୁବକ ପୋଖରୀରୁ ପାଣି ଶୁଖାଇ ଦେଇଥିଲେ । ପରେ ଜେସିବି ସହାୟତାରେ ପୋଖରୀରୁ ପଙ୍କ ଉଦ୍ଧାର କରି ପୋଖରୀ ହୁଡାରେ ପକାଇ ଦେଇଥିôଲେ । ଦୁଇଦିନ ଭିତରେ କାର୍ଯ୍ୟ ସରିଯାଇଥିଲା । ଏହି କାର୍ଯ୍ୟ ପାଇଁ ସରକାରୀ ଅନୁଦାନ ଆସିଛି ବୋଲି ଜାଣିବା ପରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ପଂଚାୟତର ସମିତି ସଭ୍ୟ ବିଶ୍ୱନାଥ ପଣ୍ଡା ଏ ନେଇ ପଂଚାୟତ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପୋଖରୀରୁ ପଙ୍କ ଉଦ୍ଧାର ସଂପର୍କରେ ସେ ଜାଣି ନଥିବା କଥା ପ୍ରକାଶ କରିଥିଲେ । ଏ ଦିଗରେ ଅଫିସିଆଲ କାଗଜପତ୍ର ସବୁ ଯୋଗାଡ ହୋଇନଥିବାର ଜଣାପଡିଥିଲା । ରୋଜନୈତିକ ଚାପରେ କୁଆଡେ ବିଲ କରିଦେବାକୁ ଭିତିରି ମସୁଧା ଚାଲିଛି ବୋଲି ଜାଣିବାରୁ ଗାଁ ଲୋକଙ୍କ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଏହାଛଡା ଏହି ପଂଚାୟତ ସୁଆଁସାହି ଗ୍ରାମର ତନ୍ତି ସାହିରେ ଏକ ଢଳେଇ ରାସ୍ତାକୁ ୧ଲକ୍ଷ ଟଙ୍କା ବ୍ୟୟରେ ମରାମତି କରାଯାଉଛି । ରାସ୍ତା ମରାମତି ସ୍ଥଳରେ ସୂଚନା ଫଳକ ନଥାଇ କାର୍ଯ୍ୟ କରାଯାଉଥିଲା । ମରାମତି କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଥିଲା । କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ରାସ୍ତା ମରାମତି କରାଯାଉଥିଲା । ଏ ଦିଗରେ ଗାଁ ଲୋକଙ୍କ ସ୍ୱର ଉଠିବାରୁ ପରେ ଠିକାଦାରଙ୍କ ପକ୍ଷରୁ ସୂଚନା ଫଳକ ଲଗାଯାଇଥିଲେ । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ଏ ଦିଗରେ ନିର୍ବାହୀ ଅଧିକାରୀ ସସ୍ମିତା ମଲିକଙ୍କୁ ପଚାରିବାରୁ ସେ ପୋଖରୀରୁ ପଂକ ଉଦ୍ଧାର ହେବା ସଂପର୍କରେ ଜାଣି ନାହାଁନ୍ତି । ଏ ନେଇ ଏଯାବତ୍ ପଲ୍ଲୀସଭା ହୋଇନାହିଁ । କାମ କାହା ନାଁରେ ରହିବ ତାହା ସ୍ଥିର ହୋଇନାହିଁ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment