ପ୍ରେଟୋଲ ଦର ଅକାଶ ଛୁଆଁ, ପ୍ରଧାନ ମନ୍ତ୍ରୀଙ୍କ ଜରୁରୀ ମିଟିଂ

Spread the love

ନୂଆଦିଲ୍ଲୀ ୨୩/୫(ସନ୍ଧାନ ନିଉଜ୍) ତୈଳ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ସୂତ୍ର ମୁତାବକ ପ୍ରଧାନମନ୍ତ୍ରୀ ମୋଦୀ ବଢ଼ୁଥିବା ପେଟ୍ରୋଲ ଦରରେ ଚିନ୍ତିତ ହୋଇ ବୁଧବାରଦିନ ବରିଷ୍ଠ ମନ୍ତ୍ରୀମାନଙ୍କର ମିଟିଂ ଜାକିଛନ୍ତି। କ୍ୟାବିନେଟ ମିଟିଂ ପରେ ତୁରନ୍ତ ଏହି ମାମଲା ଉପରେ ହାଇଲେଭେଲ ମିଟିଂ ହୋଇପାରେ। ସୂତ୍ର ମୁତାବକ ବୁଧବାର ସଂଧ୍ୟାରେ ମୋଦୀ ସରକାର ତୈଳ ଦର ଉପରେ କୌଣସି ନୂଆ ଫର୍ମୁଲା ସାମନାକୁ ଆସିପାରେ।

ମୋଦୀ ସରକାରଙ୍କର ୪ ବର୍ଷ ପୂରଣ ହୋଇଛି। ଏବେ ତୈଳ ଦରକୁ ନେଇକରି ସରକାରଙ୍କର ଚିନ୍ତା ବଢ଼ିଛି। ଯେଉଁଠାରେ ସରକାରଙ୍କର ୪ବର୍ଷ ପୂରଣରେ ପାର୍ଟି ଖୁସି ମନାଇବାର ଆୟୋଜନ କରୁଛି ସେଠାରେ ପେଟ୍ରୋଲ ଦର ବୃଦ୍ଧି ମୋଦୀ ସରକାରଙ୍କର ଏହି ଖୁସିରେ ବିଘ୍ନ ପକାଇବ ବୋଲି ଦଳ ହୃଦୟଙ୍ଗମ କରୁଛି। ସେଥିପାଇଁ ଅନେକ ବିକଳ୍ପ ଉପରେ ଚର୍ଚ୍ଚା ଚାଲିଛି। କିନ୍ତୁ ସୂତ୍ର ମୁତାବକ, ସମସ୍ତ କୋଣ ଅନୁକୋଣ ଉପରେ ଗଭୀରତାର ସହିତ ବିଚାର କଲେ ଏକ୍ସାଇଜ ଡ୍ୟୁଟି ଏବଂ ଭାଟ ବିକଳ୍ପ ଉପରେ ବିଚାର କରିବା ଉପରେ ଅଧିକ ସମ୍ଭାବନା ଦେଖାଯାଉଛି। ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଭାଟ କମ କରିବାକୁ କେନ୍ଦ୍ର ସରକାର କହିପାରନ୍ତି।

ସୂଚନାଯୋଗ୍ୟଯେ, ମଙ୍ଗଳବାରଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଆଶ୍ଵାସନା ଦେଇଥିଲେ କି ସରକାର ଏହି ମାମଲାକୁ ବହୁତ ଗମ୍ଭୀରତାରେ ନେଇଛନ୍ତି। ଶାହା କହିଛନ୍ତିଯେ, ସରକାର ପେଟ୍ରୋଲ-ଡିଜେଲର ଦରରେ ବୃଦ୍ଧି ମାମଲାକୁ ଗମ୍ଭୀରତାରେ ନେଇଛି। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତେଲ କମ୍ପାନୀଗୁଡ଼ିକର ଅଧିକାରୀମାନଙ୍କ ସହିତ ମିଟିଂ କରିବେ। ବିଜେପି ଅଧ୍ୟକ୍ଷ କହିଛନ୍ତିଯେ, ଆମେ ଏପରି ଏକ ଫର୍ମୁଲା ଉପରେ କାମ କରୁଛୁ ଯେଉଁଥିରେ ପେଟ୍ରୋଲ ଏବଂ ଡିଜେଲର ଦର କମ ହେବ।

Related Posts

About The Author

Add Comment